ପଞ୍ଜାବରେ ଭୟଙ୍କର ବାଣ ବିସ୍ଫୋରଣ: ଚାଲିଗଲା ୧୫ ଜୀବନ

Advertisment
ପଞ୍ଜାବରେ ଭୟଙ୍କର ବାଣ ବିସ୍ଫୋରଣ: ଚାଲିଗଲା ୧୫ ଜୀବନ

କନକ ବ୍ୟୁରୋ: ପଞ୍ଜାବର ଗୁରୁଦାସପୁରସ୍ଥିତ ବାଟାଲାଠାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ହୋଇ ଅତିକମରେ ୧୫ ଜଣ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା ମିଳିଛି । ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ବିବାହ ବାର୍ଷିକି ପାଳନ ଉତ୍ସବରେ ଏସବୁ ବାଣ ବ୍ୟବହାର ହୋଇଥାନ୍ତା । ବିସ୍ଫୋରଣ ହେବାପରେ ସଂପୃକ୍ତ ଘରଟି ମାଟିରେ ମିଶିଯାଇଛି । ସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୫ ବୋଲି କୁହାଯାଉଥିଲେ ମଧ୍ୟ ମୃତ୍ୟୁସଂଖ୍ୟା ଅଧିକ ହେବ ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ବିସ୍ଫୋରଣ ସ୍ଥଳରେ ଏବେ ବି ପ୍ରାୟ ୫୦ରୁ ଅଧିକ ଲୋକ ଫସିରହିଛନ୍ତି ।

publive-image

ଘଟଣାସ୍ଥଳରେ ଗୁରୁଦାସପୁର ଜିଲ୍ଲାପାଳ ବିପୁଳ ଉଜ୍ଜଳ ଓ ଏସଏସପି ଉପିନ୍ଦରଜିତ ସିଂ ଗୁମାନ ପହଞ୍ଚି ସ୍ଥିତିର ଆକଳନ କରିଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାର୍ୟ୍ୟ ଲାଗି ସ୍ଥାନୀୟ ପ୍ରଶାସନ, ଗୁରୁଦାସପୁର ଓ ଅମୃତସରରୁ ଆମ୍ବୁଲାନ୍ସ ଓ ଦମକଳ ଗାଡି ପହଞ୍ଚିଛି । ଏବେ ବି ଧ୍ୱଂସ ସ୍ତୁପ ତଳେ ମୃତଦେହ ଫସିରହିଥିବା ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe