ନମାଜ ଚାଲିଥିବା ବେଳେ କାନ୍ଦାହାରର ଶିୟା ମସଜିଦରେ ବିସ୍ଫୋରଣ । ମୃତକ ସଂଖ୍ୟା ଅସ୍ପଷ୍ଟ,ଅନେକ ଗୁରୁତର

82

କନକ ବ୍ୟୁରୋ : ଆଫଗାନିସ୍ତାନର କାନ୍ଦାହାରଠାରେ ଥିବା ଇମାମ୍ ବରର୍ଘା ମସଜିଦରେ ବିସ୍ଫୋରଣ ହୋଇଛି । ଆଫଗାନ ମିଡିଆ ଟୁଲୁ ନ୍ୟୁଜ୍ ମୁତାବକ ଏହି ବିସ୍ଫୋରଣରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଂକା କରାଯାଉଛି । ଏହା ଏକ ଶିୟା ମସଜିଦ୍ ଓ ଶୁକ୍ରବାର (ଆଜି) ଏଠାରେ ନମାଜ ଚାଲିଥିବା ବେଳେ ବିସ୍ଫୋରଣ ହୋଇଛି ।

ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଏହି ବିସ୍ପୋରଣରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଂକା ରହିଛି । ହେଲେ ଅଧିକାରୀ ସ୍ତରରେ ମୃତକଙ୍କ ସଂଖ୍ୟା ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ । ଏହା ବ୍ୟତୀତ କୌଣସି ସଂଗଠନ ଏହି ବିସ୍ଫୋରଣ ନେଇ ନିଜକୁ ଦାୟି କରିନାହିଁ ।

 

କହିରଖୁ କି ଏହା ପୂର୍ବରୁ ଅକ୍ଟୋବର ୮ ତାରିଖରେ ଉତ୍ତର ଆଫଗାନିସ୍ତାନର ଏକ ମସଜିଦରେ ବି ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ସର୍ବନିମ୍ନ ୧୦୦ ଲୋକ ମରିଥିବା ଅନୁମାନ କରାଯାଉଛି । ଏହି ବିସ୍ଫୋରଣ ଶିୟା ମୁସଲମାନଙ୍କୁ ଟାର୍ଗେଟ କରି କରାଯାଉଛି ବୋଲି କୁହାଯାଉଛି ।  ଇସଲାମିକ ଷ୍ଟେଟ ଖୁରସାନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟି କରିଥିଲା ।