କନକ ବ୍ୟୁରୋ : ତାମିଲନାଡୁ ବିରୁଧୁନଗରରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୩ ଜଣ ଗୁରୁତର ହୋଇଛନ୍ତି । ଏନେଇ ପୋଲିସ ସୂଚନା ଦେଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି କି, ମୃତକଙ୍କ ମଧ୍ୟରେ କିିଛି ମହିଳା ରହିଛନ୍ତି । ହେଲେ ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନାହିଁ ।
ପ୍ରାଥମିକ ତଦନ୍ତ ମୁତାବକ ଏହି ବିସ୍ଫୋଣ କାରଖାନାର କେମିକାଲ ମିକ୍ସିଂ ବେଳେ ହୋଇଛି । ବିସ୍ଫୋରଣ ଫଳରେ କାରଖାନା ନିକଟରେ ଥିବା ୪ଟି କୋଠା କ୍ଷତିଗ୍ରସ୍ତ ହୋଇଛି । ଏହାସହ ପୋଲିସ କହିଛି କି, ୮ ମୃତକଙ୍କ ବ୍ୟତୀତ ଆଉକିଛି ମୃତଦେହ କୋଠା ତଳେ ଚାପି ହୋଇ ରହିଥାଇପାରେ ।
#WATCH | Explosion occurs in a firecracker manufacturing unit in Tamil Nadu's Virudhunagar; details awaited pic.twitter.com/cALcg6A9Ow
— ANI (@ANI) February 17, 2024
ଭାରତରେ ତାମିଲନାଡୁ ହେଉଛି ବାଣ ପ୍ରସ୍ତୁତ କରିବାର ସବୁଠାରୁ ଆଗରେ । ବିଶେଷ କରି ଏହି ବାଣ କାରଖାନାଗୁଡିକ ବେଆଇନ ଭାବେ ଚାଲୁଛି । ଯେଉଁ କାରଖାନା ଗୁଡିକରେ ସରକାରୀ ଲାଇସେନ୍ସ ନାହିଁ, ସେମାନଙ୍କ କାରଖାନାରେ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ । ଶ୍ରମିକମାନେ ଜୀବନକୁ ବାଜି ଲଗାଇ ସେଠାରେ କାମ କରିଥାନ୍ତି । ଗତବର୍ଷ ମଧ୍ୟ ସମାନ ସହରରେ ୨ଟି ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା । ଏଥିରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ।