କନକ ବ୍ୟୁରୋ : ୟୁକ୍ରେନ ଉପରେ ରୁଷ ଆଣିଲା ନୂଆ ଅଭିଯୋଗ । ରୁଷ ପ୍ରତିରକ୍ଷାମନ୍ତ୍ରୀ ଅଭିଯୋଗ କରିଛନ୍ତି ରୁଷ ସେନା ଅକ୍ତିଆର କରିଥିବା ସ୍ଥାନରେ ୟୁକ୍ରେନ ଡାର୍ଟି ବୋମାରେ ଆକ୍ରମଣ କରୁଛି । ରୁଷ ପ୍ରତିରକ୍ଷାମନ୍ତ୍ରୀ ସଗେଇ ଶୋଝୁଙ୍ଗ ୟୁକ୍ରେନ ଉପରେ ଏହି ଅଭିଯୋଗ ଆଣିବା ସହ ବ୍ରିଟେନ, ଫ୍ରାନ୍ସ ଓ ତୁର୍କୀର ନେତାଙ୍କୁ ଫୋନରେ ଏହି ସମ୍ବନ୍ଧରେ ଜଣାଇଛନ୍ତି । ଏଥିସହ ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଲାଏଡ ଆଷ୍ଟିନଙ୍କୁ ମଧ୍ୟ ଏହା ବିଷୟରେ ଅବଗତ କରାଇଛି ରୁଷ ।

Advertisment

କେବଳ ୟୁକ୍ରେନ ଉପରେ ରୁଷ ଅଭିଯୋଗ ଆଣିନି ବଂର ଏକଥା ମଧ୍ୟ କହିଛି ୟୁକ୍ରେନ ନାଟୋ ଇସାରାରେ ଏଭଳି କରୁଛି । ୟୁକ୍ରେନ ମଧ୍ୟ ରୁଷର ଏହି ଅଭିଯୋଗକୁ ଖଣ୍ଡନ କରିଛି । ଘଟଣାକୁ ନେଇ ମିଳିତ ଜାତିସଂଘର ପରମାଣୁ ନୀରିକ୍ଷଣ ସଂସ୍ଥା ଆଇ.ଇ.ଏ କହିଛି ରୁଷ ଯେଉଁ ଅଭିଯୋଗ ୟୁକ୍ରେନ ଉପରେ ଆଣୁଛି ତାର ପ୍ରମାଣ କିଛି ବି ଉପସ୍ଥାପନ କରୁନି । ତେଣୁ ନାଟୋ ଏହାକୁ ଖାରଜ କରୁଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲଦମୀର ଜେଲେନକ୍ସି କହିଛନ୍ତି ରୁଷର ଅଭିଯୋଗ ପୂରା ମିଛ ।

ଡାର୍ଟି ବୋମା କ’ଣ ?

- ଏହା ଏପରି ଏକ ବୋମା ଯେଉଁଥିରେ ରେଡିଓଆକ୍ଟିଭ ତଥା ବିକିରଣଶୀଳ ପଦାର୍ଥ ରହିଛି
- ୟୁରାନିୟମ ଭଳି ମାରାତ୍ମକ ବିସ୍ଫୋରକ ସାମଗ୍ରୀରେ ଏହି ବୋମା ପ୍ରସ୍ତୁତ
- ବୋମା ବିସ୍ପୋରଣ ପରେ ସେଥିରୁ ବିଷାକ୍ତ ଗ୍ୟାସ ବାହାରି ବାୟୁରେ ମିଶେ
- ପରମାଣୁ ବୋମାରେ ବ୍ୟବହୃତ ହେଉଥିବା ରେଡିଓଆକ୍ଟିଭ୍ ପଦାର୍ଥ ଏହି ବୋମାରେ ବ୍ୟବାହର ହୋଇନଥାଏ
- ଏହି ବୋମା ପାଇଁ ରେଡିଓଆକ୍ଟିଭ ପଦାର୍ଥ ହସ୍ପିଟାଲ, ନ୍ୟୁକ୍ଲିୟର ପାୱାର ପ୍ଲାଂଟ୍ ଏବଂ ଗବେଷଣା ଲାବ୍ରୋଟେରୀରୁ ଆସିଥାଏ
- ପରମାଣୁ ବୋମାଠୁ ଏହି ବୋମା ଶସ୍ତା ଏବଂ ଶିଘ୍ର ପ୍ରସ୍ତୁତ ହୋଇଯାଇଥାଏ
- ବୋମାରେ ୯ ଗ୍ରାମ କୋବଲଟ-୬୦ ଏବଂ ୫ କିଲୋ ବିସ୍ଫୋରକ ଟିଏନଟି ବ୍ୟବାହାର ହୋଇଥାଏ
- ଯାହା ଶରୀର ପାଇଁ ବହୁ କ୍ଷତିକାରକ ବୋଲି ଆମେରିକାର ବୈଜ୍ଞାନିକ କହିଛନ୍ତି

ଡାର୍ଟି ବୋମା କେତେ ଭୟଙ୍କର ?

- ଏହି ବୋମାରେ ରେଡିଓଆକ୍ଟିଭ ପଦାର୍ଥ ରହୁଥିବାରୁ ଲୋକେ ଗରୁୁତର ଅସୁସ୍ଥ ହୋଇପଡନ୍ତି
- ବୋମାରୁ ନିର୍ଗତ ଗ୍ୟାସ ସଂସ୍ପର୍ଶରେ ଆସିଲେ କର୍କଟ ଭଳି ମାରାତ୍ମକ ରୋଗ ହୋଇଥାଏ
- ଭୟ ଏବଂ ଆତଙ୍କ ସୃଷ୍ଟି କରିବାକୁ ଗାର୍ଗେଟ ଜନବସତି ଉପରେ ଏଭଳି ବୋମା ପ୍ରୟୋଗ କରାଯାଇଥାଏ
- ଆଣବିକ ବିକିରଣରୁ ଲୋକଙ୍କୁ ବଂଚାଇବାକୁ ନେଇ ବୋମା ପଡିଥିବା ଅଂଚଳରୁ ଲୋକଙ୍କୁ ଖାଲି କରାଯାଏ

ଡାର୍ଟି ବୋମାକୁ ନେଇ ଋଷର ଅଭିଯୋଗ କ’ଣ ?

- ରୁଷ ପ୍ରତିରକ୍ଷାମନ୍ତ୍ରୀ କହିଛିନ୍ତି, ରୁଷ ଅକ୍ତିଆରରେ ଥିବା ସ୍ଥାନରେ ୟୁକ୍ରେନ ଡାର୍ଟି ବୋମା ପକାଉଛି
- ବ୍ରିଟେନ, ଫ୍ରାନ୍ସ ଓ ତୁର୍କୀର ନେତାଙ୍କୁ ଫୋନରେ ଏହି ସମ୍ବନ୍ଧରେ ଜଣାଇଛି ଋଷ
- ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଲାଏଡ ଆଷ୍ଟିନଙ୍କୁ ମଧ୍ୟ ଏହା ବିଷୟରେ ଅବଗତ କରାଇଛି ରୁଷ
- ୟୁକ୍ରେନ ପଶ୍ଚିମ ଦେଶଗୁଡିକ ଇସାରାରେ ଏଭଳି କରୁଥିବା ଅଭିଯୋଗ କରିଛି ଋଷ
- ରୁଷର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଦାମିର ଜେଲେନସ୍କି
- ଡାର୍ଟି ବୋମାର ପ୍ରୟୋଗ ପାଇଁ ଋଷ ଯୋଜନା କରୁଥିବା ୟୁକ୍ରେନ ଅଭିଯୋଗ କରିଛି
- ଘଟଣାକୁ ନେଇ ମିଳିତ ଜାତିସଂଘର ପରମାଣୁ ନୀରିକ୍ଷଣ ସଂସ୍ଥା ଆଇଇଏ ବୟାନ ଦେଇଛି
- ଆଇଇଏ କହିଛି ଋଷ ଯେଉଁ ଅଭିଯୋଗ ଆଣୁଛି ତାର ପ୍ରମାଣ କିଛି ବି ଉପସ୍ଥାପନ କରୁନି
- ତେଣୁ ନାଟୋ ଏଭଳି ଅଭିଯୋଗକୁ ଖଣ୍ଡନ କରୁଛି

କେବେ ଡାର୍ଟି ବୋମା ବ୍ୟବାହାର ହୋଇଥିଲା ?

- ଏପର୍ଯ୍ୟନ୍ତ ବିଶ୍ୱରେ କୌଣସି ବି ସ୍ଥାନରେ ଡାର୍ଟି ବୋମାର ବ୍ୟବହାର କରାଯାଇନାହିଁ
- କିନ୍ତୁ ଏହି ବୋମା ବ୍ୟବହାର ନେଇ ପୂର୍ବରୁ ପୟାସ ହୋଇଛି
-୧୯୯୬ରେ ଚେଚେନ୍ୟାର ବିଦ୍ରୋହୀ ଗୋଷ୍ଠୀ ମସ୍କୋର ଇଜମାଇଲୋଭ ପାର୍କରେ ଏଭଳି ବୋମା ଖଞ୍ଜିଥିଲେ
- ହେଲେ ସୁରକ୍ଷା କର୍ମୀମାନେ ଏହି ବୋମାକୁ ଠାବ କରି ନିଷ୍କ୍ରିୟ କରିଦେଇଥିଲେ
-୨୦୦୨ରେ ଜଣେ ଆମେରିକୀୟ ଜୋସ ପାଡିଲା ଏଭଳି ବୋମାରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ
- ଅଲ-କାଇଦା ସମ୍ପର୍କରେ ଥିବା ଏହି ବ୍ୟକ୍ତିଙ୍କୁ ଆମେରିକା ଗିରଫ କରିଥିଲା
- ତାଙ୍କୁ ୨୧ ବର୍ଷର ଜେଲ ଦଣ୍ଡ ଶୁଣାଇଥିଲେ କୋର୍ଟ