ରାଫେଲ୍ ଯୁଦ୍ଧ ବିମାନ ପ୍ରସଂଗରେ ଚିରାଚରିତ ଢଙ୍ଗରେ ବିଜେପିକୁ ଘେରିଛି କଂଗ୍ରେସ। କେନ୍ଦ୍ର ସରକାରଙ୍କୁ ଶନିବାର କଂଗ୍ରେସ ପକ୍ଷରୁ ପ୍ରଶ୍ନ ହୋଇଛି ଯେ, କେଉଁ ଭଳି ଭାବେ ଏପରି ଅଚାନକ ରାଫେଲ୍ ଯୁଦ୍ଧ ବିମାନର ଦର ବୃଦ୍ଧି ପାଇଗଲା ? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଶ୍ନ କରି କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୁର୍ୟୋଓ୍ଵାଲା ପଚାରିଛନ୍ତି କି, ‘ବିମାନର ଦର ୟୁପିଏ ସରକାରଙ୍କ ସମୟରେ ସାଧାରଣ ଥିବା ବେଳେ ଅଚନାକ ଏନ୍ଡିଏ ସରକାର ସମୟରେ ପ୍ରତି ବିମାନ ପିଛି ଦର ଏପରି ଭାବେ କିପରି ବଢ଼ିଗଲା ?’
ଏନ୍ଡିଏ ସରକାରଙ୍କ ବିରୋଧରେ ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ କୁହାଯାଇଛି କି କେନ୍ଦ୍ର ଜାତୀୟ ସୁରକ୍ଷା ବ୍ୟବସ୍ଥାରେ ଖିଲାପ କରୁଛି। ବାୟୁସେନା ପାଇଁ ୧୨୬ଟି ରାଫେଲ୍ ଯୁଦ୍ଧ ବିମାନ ଆସିବା ପାଇଁ ପୂର୍ବରୁ ଚୁକ୍ତି ହୋଇଥିବା ବେଳେ କାହିଁକି କେନ୍ଦ୍ର ସରକାର ୩୬ଟି ପାଇଁ ଚୁକ୍ତି କରିଛନ୍ତି ବୋଲି ପ୍ରଶ୍ନ ଉଠିଛି।
ଉଲ୍ଲେଖଯୋଗ୍ୟ, ପୂର୍ବରୁ କଂଗ୍ରେସ ଦଳର ଜାତୀୟ ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ‘ଯଦି ସେପରି କୌଣସି ଜରୁରୀ ଥିଲା ତେବେ ସବୁତକ ବିମାନକୁ ଏକା ସାଙ୍ଗରେ ପଠାଇବା ପାଇଁ ସରକାର କାହିଁକି ଫ୍ରାନ୍ସ ସରକାରଙ୍କୁ ଚାପ ପକାଇଲେ ନାହିଁ?
ସୂଚନା ରହିଛି ଯେ ପ୍ରଥମେ ୨୦୧୯ରେ କିଛି ବିମାନ ଦେଶକୁ ଆସିବା ବେଳେ ଆଉ କିଛି ୨୦୨୨ରେ ଆସିବ। ଯଦି ଜରୁରୀ ଥିଲା ତେବେ ସବୁ ବିମାନ ୨୦୧୯ରେ କାହିଁକି ଆସିବ ନାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ୧୨୬ଟି ଯୁଦ୍ଧ ବିମାନର ଆବଶ୍ୟକତା ରହିଥିବା ବେଳେ ଫ୍ରାନ୍ସରୁ ମାତ୍ର ୩୬ଟି ରାଫଲ୍ ଜେଟ୍ ଆଣିବା ପାଇଁ ଏନ୍ଡିଏ ସରକାର ଚୁକ୍ତି ପତ୍ରରେ ଦସ୍ତଖତ କରିବା ଏକ ଆଶ୍ଚର୍ୟ୍ୟଜନକ କଥା ବୋଲି ଚତୁର୍ବେଦୀ କହିଥିଲେ। ସେ ଆରୋପ ଲଗାଇଥିଲେ ଯେ ଯେ କୋଟିପତି ବନ୍ଧୁ ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଦେଶର ସ୍ୱାର୍ଥ ଭୁଲି ଯାଉଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/Rafale-Aircraft.jpg)