ଆଉ ଗ୍ରାହକଙ୍କୁ ଠକିପାରିବେନି ବ୍ୟବସାୟୀ ! ଏଣିକି ବଜାରରେ ମିଳିବ ଏକ୍ସପାୟରୀ ଡେଟ ଥିବା ଅଣ୍ଡା, ବଲାଙ୍ଗୀର ଓଭୋ ହେଚେରି ଫାର୍ମରେ ସୁଇସ ପଦ୍ଧତିରେ ଅଣ୍ଡାରେ ଲେଖାହେଲା ସମୟସୀମା ତାରିଖ

78

କନକ ବ୍ୟୁରୋ : ଏଣିକି ଅଣ୍ଡାକୁ ନେଇ ଗ୍ରାହକଙ୍କୁ ଠକି ପାରିବେନି ବେପାରୀ । କାରଣ ଏବେ ଓଡ଼ିଶାରେ ପ୍ରଥମ ଥର ପାଇଁ ମିଳିବ ଏକ୍ସପାୟରୀ ଟ୍ୟାଗ ଥିବା ଅଣ୍ଡା । ବଲାଙ୍ଗିର ଜିଲ୍ଲାରେ ପ୍ରଥମେ ଏଭଳି ଅଣ୍ଡା ଦେଖିବାକୁ ମିଳିଛି । ବଲାଙ୍ଗିରରେ ଥିବା ଓଭୋ ହେଚେରି ଫାର୍ମରେ ସୁଇସ ପଦ୍ଧତିରେ ଅଣ୍ଡାଗୁଡ଼ିକରେ ତାର ସଂରକ୍ଷଣ ସମୟସୀମା ଲେଖା ରହିଛି । କିଛି ମାସ ହେବ ପ୍ଲାଷ୍ଟିକ ଅଣ୍ଡା ମାର୍କେଟକୁ ଆସିବା ପରେ ଚିନ୍ତାରେ ପଡ଼ିଯାଇଥିଲେ ଗ୍ରାହକ । ହେଲେ ଏବେ ଏକ୍ସପାୟରୀ ଡ଼େଟ ଲେଖା ଥିବା ଅଣ୍ଡା ବଜାରକୁ ଆସିବା ପରେ ଖାଉଟି ଆଶ୍ୱସ୍ତି ହୋଇଛନ୍ତି ।

ପୂର୍ବରୁ ଅଣ୍ଡା କିଣି ଆଣିବା ପରେ ଠକାମିରେ ପଡ଼ୁଥିଲେ ଗ୍ରାହକ । ଅନ୍ୟପଟେ ଅଣ୍ଡାଗୁଡ଼ିକ କେତେଦିନ ପୁରଣା ମଧ୍ୟ ଜଣାପଡ଼ୁ ନଥିଲା । ହେଲେ ଏହି ଅଣ୍ଡାରେ ଏକ୍ସପାୟରୀ ଡ଼େଟ ରହିବା ଦ୍ୱାରା ଖାଉଟିମାନେ ସଚେତନ ହୋଇପାରିବେ ।ଏହି ଅଣ୍ଡାର ଅବଧି ଏକମାସ ରହିବ । ଏହାଦ୍ୱାରା ସାଧାରଣ ଖାଉଟି ଆଉ ଠକାମୀର ଶିକାର ହେବେ ନାହିଁ । ଏପରିକି ପୁରୁଣା ଓ ନୂଆ ଅଣ୍ଡାକୁ ନେଇ ଦେଖାଯାଉଥିବା ଦ୍ୱନ୍ଦ ମଧ୍ୟ ଦୂର ହେବ ।