କନକ ବ୍ୟୁରୋ : ରୋଗୀଙ୍କ ଦେହରେ ଏକ୍ସପାୟର ସାଲାଇନ୍ ଲଗାଯିବା ନେଇ ଅଭିଯୋଗ । କଟକ ଜିଲ୍ଲା ବାରଙ୍ଗ ବ୍ଲକ ମହିଧରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏଭଳି ଘଟଣା । ବିଳମ୍ବିତ ରାତିରେ ଆସିଥିବା ଜଣେ ରୋଗୀ ଦେହରେ ଏକ୍ସପାୟର ସାଲାଇନ୍ ଲଗାଯିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ମେଡିକାଲ କର୍ମଚାରୀ ଓ ରୋଗୀଙ୍କ ପରିବାର ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସହ ମାମଲାର ତଦନ୍ତ ଜାରି ରଖିଛି ।