ଆଙ୍ଗୁଠି ଫୁଟାଇବା ଭଲ ନା ଖରାପ । ଜାଣନ୍ତୁ କ’ଣ କହିଛନ୍ତି ବିଶେଷଜ୍ଞ ।

362

କନକ ବ୍ୟୁରୋ: ପ୍ରତିଦିନ ଫୁଟାଇବା ଅନେକ ଲୋକଙ୍କର ଅଭ୍ୟାସ । ଆଉ ଯଦି ଏପରି ଅଭ୍ୟାସ ଦୀର୍ଘ ବର୍ଷ ଧରି ଲାଗି ରୁହେ ତେବେ ଭବିଷ୍ୟତରେ ଆର୍ଥ୍ରାରାଇଟ୍ସ ପରି ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ରହିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି କାନାଡା ୟୁନିଭର୍ସିଟିର ବିଶେଷଜ୍ଞ ।
ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ଯଦି ଜଣେ ବ୍ୟକ୍ତି ଅଧିକ ସମୟ ଆଙ୍ଗୁଠି ଫୁଟାଏ ତେବେ ସେ ଆର୍ଥ୍ରାରାଇଟ୍ସ ପରି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି ।

ସର୍ଭେ ପରିସରଭୁକ୍ତ ବ୍ୟକ୍ତିମାନଙ୍କ (ଯେଉଁମାନଙ୍କର ଆଙ୍ଗୁଠି ଫୁଟାଇବା ଏକ ଅଭ୍ୟାସରେ ପରିଣତ ହୋଇଯାଇଥାଏ) ମଧ୍ୟରୁ ପ୍ରାୟ ୪୦% ଲୋକଙ୍କ ଠାରେ ଆର୍ଥ୍ରାରାଇଟ୍ସର ପ୍ରାଥମିକ ଲକ୍ଷଣ ଦେଖିବାକୁ ମିଳିଥିଲା ବୋଲି ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ତେଣୁ ଏଭଳି ଅଭ୍ୟାସରୁ ନିଜକୁ ଦୂରେଇ ରଖିବା ସହ ଆଇରନ୍, ପୋଟାସିୟମ ଏବଂ କ୍ୟାଲସିଅମ ଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।