କୋଭାକ୍ସିନ ଟିକା ନେଉଥିଲେ ସତର୍କ ରହିବାକୁ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ । କହିଲେ, ସହବାସ ବେଳେ ରୁହନ୍ତୁ ସତର୍କ ।

764

କନକ ବ୍ୟୁରୋ : ସାରାଦେଶରେ କରୋନା ଟିକାକରଣ ଚାଲିଥିବାବେଳେ, କୋଭାକ୍ସିନ ଟିକା ନେଉଥିଲେ କେମିତି ସତର୍କତା ଅବଲମ୍ବନ କରିବେ ସେନେଇ କିଛି ଜରୁରୀ ତଥ୍ୟ ସାମ୍ନାକୁ ଆସିଛି । ବିଶେଷଜ୍ଞଙ୍କ ମତରେ କୋଭାକ୍ସିନ ଟିକା ନେଇଥିଲେ ସହବାସ ବେଳେ ସତର୍କତା ରଖିବା ଜରୁରୀ । ପ୍ରତିଷେଧକ ନେଇ ଶାରୀରିକ ସଂପର୍କ ରଖିବା ଉଚିତ ବୋଲି ପରାମର୍ଶର୍ ଦେଇଛନ୍ତିି ବିଶେଷଜ୍ଞ ।

କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଚାଲିଥିବାବେଳେ ପରୀକ୍ଷଣରେ ସାମିଲ ହେଉଥିବା ସ୍ୱେଚ୍ଛାସେବୀଙ୍କୁ ଏଭଳି ପରାମର୍ଶ ଦିଆଯାଇଥିଲା । ହେଲେ, ଜାନୁଆରୀ ୧୬ ତାରିଖରୁ ଦେଶରେ ଆରମ୍ଭ ହୋଇଥିବା ସମୂହ କୋଭିଡ ଟିକାକରଣ ପାଇଁ କେନ୍ଦ୍ର ସରକାରଙ୍କ ଗାଇଡଲାଇନରେ ଏଭଳି ସତର୍କ କରାଯାଇନାହିଁ । ବିଶେଷଜ୍ଞ ଡାକ୍ତରଙ୍କ କହିବା ହେଲା, ସ୍ୱଦେଶୀ ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଜାରି ରହିଛି ।

ତେଣୁ ଏହି ଟିକାର ଗର୍ଭରେ ଥିବା ଭୃଣ ଉପରେ କଣ ପ୍ରଭାବ ରହିବ ତାହା ଜଣାନାହିଁ । ସୁରକ୍ଷା ଦୃଷ୍ଟିରୁ କୋଭାକ୍ସିନ ଟିକା ନେଉଥିଲେ ଅନୁନ୍ୟ ୩ ମାସ ପାଇଁ ସହବାସରୁ ଦୂରେଇ ରହିବା କିମ୍ବା ଶାରୀରିକା ସଂପର୍କ ରଖିଲା ବେଳେ ପ୍ରତିଷେଧକ ଗ୍ରହଣ କରିବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ଡାକ୍ତର ।