କନକ ବ୍ୟୁରୋ : ପରିବା ବଜାରରେ ଲାଗିଛି ନିଆଁ । ପରିବା ଦେଖିଲେ ଲାଗୁଛି ଡର । ଖାଉଟିଙ୍କୁ କନ୍ଦାଇଲାଣି ଆଳୁ ପିଆଜ ଦର ।   ହାଣ୍ଡିଶାଳରେ ମହଙ୍ଗାମାଡ ।  ପିଆଜ କିଲୋପ୍ରତି ଦର ୮୦ ଟଙ୍କା ଟପିଥିବାବେଳେ ଆଳୁ ଏବେ କିଲୋପ୍ରତି ହୋଇଛି ୪୫ ଟଙ୍କା । ଏକ ସପ୍ତାହ ଭିତରେ ୧୦ ଟଙ୍କା ବଢିଛି ଆଳୁଦର । କାର୍ତ୍ତିକ ମାସରେ ୬୦ଉପରେ ସବୁ ପରିବା ଦର । ଏହାକୁ ନେଇ ଲୋକଙ୍କ ଚିନ୍ତା ବଢିଯାଇଛି ।

Advertisment