ମହିଳାଙ୍କ ମହଙ୍ଗା ଲିପ୍ ଆର୍ଟ ! ଓଠରେ ଲାଗିଲା ୨୨,୯୨ କ୍ୟାରେଟ୍ ହୀରା,ମୂଲ୍ୟ ଏମିତି ଯେ ଶୁଣିଲେ ହେବେ ଆଶ୍ଚର୍ଯ୍ୟ ।

ମହିଳାଙ୍କ ମହଙ୍ଗା ଲିପ୍ ଆର୍ଟ ! ଓଠରେ ଲାଗିଲା ୨୨,୯୨ କ୍ୟାରେଟ୍ ହୀରା,ମୂଲ୍ୟ ଏମିତି ଯେ ଶୁଣିଲେ ହେବେ ଆଶ୍ଚର୍ଯ୍ୟ ।

Latestly

ମେକ୍ଅପ୍ ପ୍ରତି ପ୍ରତ୍ୟେକ ଯୁବତୀଙ୍କ ବହୁତ ସଉକ ଥାଏ । ମେକ୍ଅପର କଥା ଆସିଲେ ଯୁବତୀଙ୍କ ଚେହେରାରେ ଏକ ଅଦ୍ଭୁତ ଚମକ ଦେଖିବାକୁ ମିଳିଥାଏ। ବର୍ତ୍ତମାନ ସମୟରେ ବିଭନ୍ନ ପ୍ରକାର ମେକ୍ଅପର ଚାହିଦା ରହିଛି। ଯାହାକି ଅଲଗା ଷ୍ଟାଇଲରେ ଆର୍ଟରେ ଆସୁଛି । କେଶ ସଜ୍ଜା ହେଉ ଅବା ନେଲ୍ ଆର୍ଟ ସମସ୍ତଙ୍କ ଅଲଗା ପ୍ରକାର ଷ୍ଟାଇଲ୍ ରହିଛି। ଏହି କ୍ରମରେ ଦୁନିଆର ସବୁଠାରୁ ମହଙ୍ଗା ଲିପ୍ ଆର୍ଟ ସାମ୍ନାକୁ ଆସିଛି। ଯାହାକି ଓ୍ଵାଲର୍ଡ ରେକର୍ଡରେ ସ୍ଥାନ ପାଇଛି।

ଏହି ମହଙ୍ଗା ଲିପ୍ ଆର୍ଟକୁ ଅଷ୍ଟ୍ରେଲିଆର ପର୍ଥରେ ଜଣେ ମଡେଲଙ୍କ ଓଠରେ ଅଙ୍କା ଯାଇଛି । ଯାହାର ପାଖାପାଖି ମୂଲ୍ୟ ୩.୭୮ କୋଟି ଟଙ୍କା ରହିଛି। ଏହି ଲିପ୍ ଆର୍ଟକୁ ବନାଇବା ପାଇଁ ହୀରାର ବ୍ୟବହାର କରାଯାଇଛି । ରାଜେଣ୍ଡ୍ରାଫ୍ ଡାଇମଣ୍ଡ ଜୁଏଲର୍ସ ମଡେଲ ଓଠରେ ୧୨୬ଟି ହୀରା ଲାଗଇ ମେକ୍ଅପ୍ ଆର୍ଟିଷ୍ଟ ରେକର୍ଡକୁ ନିଜ ନାମରେ କରିଛନ୍ତି। ଏହି ଆର୍ଟ ପାଇଁ ପାଖାପାଖି ଅଢ଼େଇ ଘଣ୍ଟାର ସମୟ ଲାଗିିଲା । ଏହି ଲିପ୍ ଆର୍ଟ ଶେଷ ହେବା ପରେ ସମସ୍ତେ ଦେଖି ଆଶ୍ଚର‌୍ୟ୍ୟ ହୋଇ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe