କନକବ୍ୟୁରୋ: ବଢୁଛି ପରିବା ଦର । ବିଭିନ୍ନ ପରିବା ଦର ଆକାଶଛୁଆଁ ହେଲାଣି । ସପ୍ତାହକରୁ ଅଧିକ ଦିନ ହେବ ପରିବା ଦରରେ ଲଗାମ ଲାଗୁନାହିଁ । ବଜାରରେ ସବୁ ପରିବାର ଦର ୫୦ ଟଙ୍କା ଉପରେ ରହୁଛି । କଟକ ଛତ୍ରବଜାର ପରିବା ମାର୍କେଟରେ ଆଳୁ କିଲୋ ୩୫ ଟଙ୍କ ଓ ପିଆଜ ୪୦ ଟଙ୍କା ରହିଛି । ସେହିପରି ଭେଣ୍ଡି ୫୦ ଟଙ୍କା,ପୋଟଳ ୪୦ରୁ ୭୦ ଟଙ୍କା, ଝୁଡଙ୍ଗ ୫୦, ଟମାଟୋ ୭୫ ଟଙ୍କା ରହିଛି । ସେହିପରି ସମ୍ବଲପୁରେ ଝୁଡଙ୍ଗ ୧୨୦ ଟଙ୍କା, ଟମାଟୋ ୧୦୦ ଟଙ୍କା, ଜହ୍ନ ୮୦ ଟଙ୍କା ରହିଛି । ଅନ୍ୟ ସବୁ ପରିବାର ଦର ମଧ୍ୟ ୫୦ ଟଙ୍କା ରହିଛି ।

Advertisment

ସେପଟେ ଅତ୍ୟାବଶ୍ୟକ ସାମଗ୍ରୀ ଦର ମଧ୍ୟ ବଢିବାରେ ଲାଗିଛି । ଡାଲି, ତେଲ, ଗହମ ଜାତୀୟ ସାମଗ୍ରୀ ଏବଂ ଦୁଗ୍ଧ ଆଦି ଅଧିକାଂଶ ସାମଗ୍ରୀ ଉପରମୁହାଁ ହୋଇ ଚାଲିଛି । କଟକ ମାଲ ଗୋଦାମରେ ହରଡ଼ ଡାଲି କେଜି ୧୭୦ରୁ ୧୮୦ ଟଙ୍କା ରହିଛି । ବୁଟ ଡାଲି ୯୦ ଟଙ୍କା, ମୁଗ ଡାଲି ୧୧୦ରୁ ୧୨୦ ଟଙ୍କା ରହିଛି । ସେହିପରି ସୋରିଷ ତେଲ ଲିଟର ୧୩୫ ରୁ ୧୫୫ ଟଙ୍କା ରହିଥିବା ବେଳେ ସନ୍ଫ୍ଲାୱାର ତେଲ ଲିଟର ୧୧୨ ଟଙ୍କାରେ ବିକ୍ରି ହେଉଛି । ଏହା ସହ ୨୬ କେଜି ସ୍ୱର୍ଣ୍ଣ ଚାଉଳ ପ୍ୟାକେଟ୍ ୯୨୦ ଟଙ୍କାରୁ ବଢି ହଜାରେ ଟଙ୍କା ରହିଛି । ଅନ୍ୟାନ୍ୟ ସାମଗ୍ରୀର ଦର ମଧ୍ୟ ବଢିଛି ।