କନକ ବ୍ୟୁରୋ : ୫ ଟଙ୍କାରେ ଆହର କେନ୍ଦ୍ରରେ ମିଳୁଛି ମିଲ୍ । ହେଲେ ଦରଦାମ ବୃଦ୍ଧି ପରିଚାଳିକା ମାନଙ୍କୁ ଚିନ୍ତାରେ ପକାଇବା ସହ ରୋଜଗାର କମିଲାଣି । ଯାହାକୁ ନେଇ ଆହାର କେନ୍ଦ୍ର ପରିଚାଳନା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ।

Advertisment

ଆହାର କେନ୍ଦ୍ରରେ ୫ ଟଙ୍କିଆ ମିଲ୍ ଆଜି ବି ଗରିବ, ଖଟିଖିଆ, ରିକ୍ସା ଚାଳକ ତଥା ରୋଗୀ ପରିଜନଙ୍କ ପେଟ ଭରୁଛି | ହେଲେ ଦରଦାମ ବୃଦ୍ଧି ଆହାର କେନ୍ଦ୍ରର ରୋଷେଇ ଶାଳରେ ପ୍ରଭାବ ପକାଇଲାଣି | ଡାଲି, ଚାଉଳ, ତେଲରେ ଅହେତୁକ ବୃଦ୍ଧି ଘଟିଲାଣି | ସେହିପରି ପନିପରିବାରେ ମଧ୍ୟ ହାତ ମାରି ହେଉନି | ତେବେ ଆହାର କେନ୍ଦ୍ରରେ ଡାଲି, ଚାଉଳ ଓ ତେଲ ସାଙ୍ଗକୁ ପନିପରିବାର ହିଁ ଆବଶ୍ୟକ | ସେହି ସବୁ ସାମଗ୍ରୀ ଯଦି ବୃଦ୍ଧି ହେବ ତେବେ ଭାତ ଡାଲମା ଯୋଗାଇବା ମୁସ୍କିଲ ହେବ ବୋଲି ଆହର କେନ୍ଦ୍ର ପରିଚାଳନା କରୁଥିବା ଏସଏଚଜି ମହିଳା କହିଛନ୍ତି |

ଆହର କେନ୍ଦ୍ରରେ ୫ଟଙ୍କାରେ ମିଳୁଥିବା ମିଲ୍ ପାଇଁ ସରକାର ଦିଅନ୍ତି ୧୮ ଟଙ୍କା ଓ ଖାଉଟି ଦିଏ ୫ ଟଙ୍କା | ୨୩ ଟଙ୍କା ବିନିମୟରେ ଭାତ ଡାଲମା, ଆଚାର ଯୋଗାଇ ଦିଆଯାଏ | ହେଲେ ପୂର୍ବରୁ ପ୍ରତି ମହିଳା ସଦସ୍ୟା ୫ ରୁ ୬ ହଜାର ରୋଜଗାର କରି ପାରୁଥିଲେ | ହେଲେ ତାହା ଅଧା ବି ହେଉନଥିବା କହିଛନ୍ତି | ଫଳରେ ଆଗକୁ ସମସ୍ୟା ଦେଖା ଦେବା ସହ ଆହର କେନ୍ଦ୍ରରୁ ମୁଁହ ଫେରାଇବା ସ୍ବାଭାବିକ | ତେବେ ପରିବା ଦର ଓ ଦରଦାମ ବୃଦ୍ଧିକୁ ଆଖି ଆଗରେ ରଖି ଅନୁଦାନ ବୃଦ୍ଧି କରିବା ପାଇଁ ଦାବି ହୋଇଛି |