ଭୟଙ୍କର ଦୁର୍ଘଟଣା: ଦାମୀ ବାଇକକୁ ପିଟିଛି ଦାମୀ କାର

5,659

କନକ ବ୍ୟୁରୋ: ଭୁବନେଶ୍ୱରରେ ଆଜି ଏକ ଛାତିଧରା ଦୁର୍ଘଟଣା ସାମ୍ନାକୁ ଆସିଛି । ସହରର ଜନଗହଳିପୂର୍ଣ୍ଣ ପାୱାର ହାଉସ ଛକରେ ଏକ ବାଇକକୁ ପଟିଛି ଦାମୀ କାର୍ । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଏଥିରେ ବାଇକରେ ଥିବା ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।

ଭୟଙ୍କର ଦୁର୍ଘଟଣା । ଦାମୀ ବାଇକକୁ ପିଟିଛି ଦାମୀ କାର । ଦୁର୍ଘଟଣା ଘଟିଛି ଭୁବନେଶ୍ୱରର ଜନଗହଳିପୂର୍ଣ୍ଣ ପାୱାର ହାଉସ ଛକରେ । ବାଇକକୁ ଦାମୀ କାର ଏଭଳି ଭାବେ ଧକ୍କା ଦେଇଛି ଯେ ଦୁଇଜଣ ଗୁରୁତର ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅଛନ୍ତି ଜଣେ ପୁରୁଷ ଓ ମହିଳା । ପୁରୁଷ ଜଣକ କଳିଙ୍ଗ ବିହାର ଅଂଚଳର କିଶନ ପଟ୍ଟନାୟକ ବୋଲି ଜଣାପଡିଛି । କିଶନଙ୍କ ଗୋଡ ଭାଙ୍ଗିଯାଇଥିବା ବେଳେ ମୁଣ୍ଡରେ ଜୋରରେ ଆଘାତ ଲାଗିଛି । ମହିଳାଙ୍କ ଅବସ୍ଥା ବି ଶୋଚନୀୟ ହୋଇପଡିଛି ।

ଭୁବନେଶ୍ୱରର ପାୱାର ହାଉସ ଛକରେ ବାଇକ ଆଠନମ୍ବର ପଟୁ ଆସି ଟ୍ରାଫିକ ସିଗନାଲ ଅତିକ୍ରମ କରୁଥିବାବେଳେ ବିପରୀତ ଦିଗରୁ ଆସୁଥିଲା ରେଞ୍ଜ ରୋଭର କାର । ତା ସହିତ ଆସୁଥିଲା ଏକ ଆମ୍ବୁଲାନ୍ସ । ଆଉ ଆମ୍ବୁଲାନ୍ସକୁ ସାଇଡ ଦେବା ବଦଳରେ ସିଧା ବାଇକକୁ ବାଡେଇଥିଲେ ରେଂଜ ରୋଭର କାର । ଦୁର୍ଘଟଣାରେ କାରର ଆଗପଟ ନଷ୍ଟ ହୋଇଯାଇଛି । କାରଟି ଏକ ଘରୋଇ କମ୍ପାନୀର ବୋଲି ଜଣାପଡିଛି । କାର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ ।