ନେତା ଓ କର୍ମୀଙ୍କ ସାଙ୍ଗଠନିକ ବୈଠକ : ସାମିଲ ହେଲେ ବହିଷ୍କୃତ ବିଧାୟକ ସୁଧାଂଶୁ ପରିଡା; ଘଟଣାକୁ ନେଇ ସ୍ଥାନୀୟ ବିଜେଡି ନେତା ଦୁଇଫାଳ
କନକ ବ୍ୟୁରୋ : ରେମୁଣାରେ ଚାଲିଛି ବିଜେଡି ନେତା ଓ କର୍ମୀଙ୍କ ସାଙ୍ଗଠନିକ ବୈଠକ । ଏଥିରେ ଯୋଗ ଦେଇଛନ୍ତି ଶତାଧିକ କର୍ମୀ । ବଡ଼ ବ୍ୟାନର ଲଗାଯାଇଛି । ତେବେ ମଂଚ ଉପରେ ଅନ୍ୟମାନଙ୍କ ସହ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କୁ ବି ଦେଖିବାକୁ ମିଳିଥିଲା । ମଂଚ ଉପରେ କର୍ମୀଙ୍କୁ ଉଦବୋଧନ ଦେଇଥିଲେ ସୁଧାଂଶୁ । ନିକଟରେ ତାଙ୍କୁ ବିଜେଡିରୁ ବହିଷ୍କୃତ କରିଥିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।

Kanak News is now on WhatsApp
Join and get latest news updates delivered to you via WhatsApp
ଏହାକୁ ଦେଖି ସାଧାରଣରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । କାରଣ ଦଳରେ ନଥିବା ବ୍ୟକ୍ତି ଦଳୀୟ ସାଙ୍ଗଠନିକ ବୈଠକରେ ଯୋଗ ଦେବା କଥା ନୁହେଁ । ଏହାକୁ ନେଇ ଦୁଇ ଭାଗ ହୋଇଯାଇଛି ରେମୁଣା ବିଜେଡି । ସାଙ୍ଗଠନିକ ବୈଠକରେ ବିଧାୟକଙ୍କ ଯୋଗଦାନ ସପକ୍ଷରେ କିଛି ଛାମୁଆ ନେତା ଓ କର୍ମୀ ମତ ଦେଇଥିବା ବେଳେ ଏପରି ବୈଠକକୁ ବିରୋଧ କରି ପ୍ରେସ ବିବୃତି ଜାରି କରିଛନ୍ତି ରେମୁଣା ବ୍ଲକ ସଭାପତି ଗୋପୀନାଥ ସେନାପତି । ଦଳୀୟ ପର୍ଯ୍ୟବେକ୍ଷକଙ୍କ ପରାମର୍ଶରେ ଏହି ବୈଠକ ଡାକିଥିବା କହିଛନ୍ତି ବାଲେଶ୍ୱର ବିଜେଡି ଜିଲ୍ଲା ସଂପାଦକ ତଥା ବିଧାୟକଙ୍କ ପ୍ରତିନିଧି ମନେରଞ୍ଜନ ରାଉତ ।
ଦଳରୁ ବହିଷ୍କୃତ ହୋଇଥିବା ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା ସାଙ୍ଗଠନିକ ବୈଠକରେ ଯୋଗ ଦେବାକୁ ବିରୋଧ କରିଛନ୍ତି ପୂର୍ବତନ ବିଧାୟକ ସୁଦର୍ଶନ ଜେନା । ସେ କହିଛନ୍ତି, ଏହି ବୈଠକରେ ତାଙ୍କୁ ଡକାଯାଇ ନାହିଁ । ଦଳୀୟ ସୁପ୍ରିମୋଙ୍କ ନିଷ୍ପତ୍ତି ବିରୋଧରେ ଯାଇ ଏଭଳି ବୈଠକ କରାଯାଇଛି । ସେହିପରି ରେମୁଣା ବିଜେଡି ବ୍ଲକ ସଭାପତି ଗୋପିନାଥ ସେନାପତି କହିଛନ୍ତି ବହିଷ୍କୃତ ରେମୁଣା ବିଧାୟକ ନିର୍ବାଚନ ମଣ୍ଡଳୀବାସୀଙ୍କୁ ଭ୍ରମିତ କରୁଛନ୍ତି । ଏହା ବିଜେଡି ସଭାପତିଙ୍କ ନିଷ୍ପତ୍ତିକୁ ତାତ୍ସଲ୍ୟ କରିବା ସଦୃଶ୍ୟ ।