ଜେଲ୍ରୁ ପଢ଼ିବେ ପାଠ; ଶଶିକଳା ଓ ଇଲାଭରାସିଙ୍କ ସମେତ ୨୫୭ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ଜେଲ୍କୁ ଆସିବେ ଶିକ୍ଷକ
ଏଆଇଡିଏମ୍କେ ଦଳର ପୂର୍ବତନ ନେତ୍ରୀ ଭିକେ ଶଶିକଳା ଏବଂ ତାଙ୍କ ଝିଆରୀ ଜେ ଇଲାଭରାସି ଏବେ ଜେଲରେ। ଜେଲ ଦଣ୍ଡ କାଟୁଥିବା ସମୟରେ ଦୁହେଁ ବାଙ୍ଗାଲୋର ୟୁନିଭରିସିଟିର ଦୂରଶିକ୍ଷା ବ୍ୟବସ୍ଥାରେ ପାଠ ପଢ଼ିବା ପାଇଁ ନାମ ପଞ୍ଜିକୃତ କରିଛନ୍ତି। ଇଲାଭରାସି ପାରୋଲରେ ଯିବାକୁ ଥିବା ବେଳେ ଶଶିକଳାଙ୍କ ସଂପର୍କରେ କିଛି ସ୍ପଷ୍ଟ ହୋଇନାହିଁ। ନାମ ଲେଖା ପ୍ରକ୍ରିୟା ପୂରା କରିବା ପାଇଁ ବାଙ୍ଗାଲୋର ୟୁନିଭରସିଟି ଡିଷ୍ଟାନ୍ସ ଏଜୁକେସନ ଡିପାର୍ଟମେଣ୍ଟ୍ର କର୍ତ୍ତୃପକ୍ଷ ଶଶିକଳା ଓ ଇଲାଭରାସି ରହୁଥିବା ପରାପ୍ପନା ଅଗ୍ରହର କ୍ରେନ୍ଦୀୟ ଜେଲ୍କୁ ଅାସିଥିବା ସୂଚନା ରହିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ନାମଲେଖା ପ୍ରକ୍ରିୟା ଶେଷ କରିବା ପରେ ବାଙ୍ଗାଲୋର ୟୁନିଭରିସିଟିର ଡିଷ୍ଟାନ୍ସ ଏଜୁକେସନ ବିଭାଗର ନିର୍ଦ୍ଦେଶକ ତଥା ପ୍ରଫେସର୍ ବି ସି ମିଲରପ୍ପା କହିଛନ୍ତି, ‘ଜେଲ୍ କର୍ତ୍ତୃପକ୍ଷଙ୍କଠାରୁ ପାଇଥିବା ସୂଚନା ମୁତାବକ ଇଲାଭରାସି ପାରୋଲରେ ଯିବେ ବୋଲି ଆଶା କରାଯାଉଛି। ଗୁରୁବାର ସକାଳେ ଆମେ ଜେଲ୍କୁ ଯାଇଥିଲୁ। ସେଠାରେ ନାମ ଲେଖା ପାଇଁ ରହିଥିବା ପ୍ରକ୍ରିୟା ପୂରା କରି ଆସିଲୁ।’
ସେ ଆହୁରି ବି କହିଛନ୍ତି କି ଇଲାଭରାସିଙ୍କୁ ନାମ ଲେଖେଇବା ପାଇଁ ଶଶିଳକା ରାଜି କରାଇଥିଲେ। ତା’ପରେ ଇଲାଭେରାସି ନିଜର ଆଗ୍ରହ ପ୍ରକାଶ କରିବାରୁ ନାମ ଲେଖା ପ୍ରକ୍ରିୟା ଶେଷ ହୋଇଥିଲା। ଏବେ ଉଭୟ ଶଶୀଳକା ଓ ଇଲାଭରାସି ବାଙ୍ଗାଲୋର ୟୁନିଭରିସିଟିର ଡିଷ୍ଟାନ୍ସ ଡିଷ୍ଟାନ୍ସ ଏଜୁକେସନ ଡିପାର୍ଟମେଣ୍ଟ୍ର ଛାତ୍ରୀ। ଶଶିକଳା ଓ ଇଲାଭରାସିଙ୍କ ସମେତ ଜେଲ୍ରେ ଥିବା ଆହୁରି ୨୫୭ ଛାତ୍ରଛାତ୍ରୀଙ୍କୁ ପଢ଼ାଇବା ପାଇଁ ଜେଲ୍ ଭିତରକୁ ଶିକ୍ଷକ ଆସିବେ ବୋଲି ମିଲରପ୍ପା କହିଛନ୍ତି। ଶନିବାର ସୁଦ୍ଧା ୟୁନିଭରସିଟିର ସମସ୍ତ ନାମ ଲେଖା ପ୍ରକ୍ରିୟା ଶେଷ ହେବ।