ଭାରତୀୟ ସେନା ପକ୍ଷରୁ “ହିମମାନବ” ଉପସ୍ଥିତିର ଦାବି ! ଟ୍ୱିଟରରେ ଜାରି କଲା ଫଟୋ 

744
ହିମାଳୟ ବରଫାବୃତ ଅଞ୍ଚଳରେ ହିମମାନବ ରହିବା କଥା ଆପଣ ଶୁଣିଥିବେ । କାହାଣୀ ଭଳି ଲାଗୁଥିଲେ ବି ଏବେ ଏହି କଥା ସତ ହେଲା ଭଳି ପ୍ରତୀତ ହେଉଛି । କିନ୍ତୁ ଏବେ ଭାରତୀୟ ସେନା ପକ୍ଷରୁ  ହିମମାନବ ଉପସ୍ଥିତି ଥିବା କୁହାଯାଉଛି । ଭାରତୀୟ ସେନା ପକ୍ଷରୁ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡଲରେ କିଛି ଏଭଳି ଫଟୋ ସେୟାର୍ କରାଯାଇଛି ଯେଉଁଥିରେ ବରଫ ମଝିରେ ବଡ ବଡ ପାଦଚିହ୍ନ ଦେଖିବାକୁ ମିଳିଛି । ଏହି ଚିହ୍ନକୁ “ହିମମାନବ ପାଦଚିହ୍ନ” ବୋଲି କୁହାଯାଉଛି ।

ସେନା ପକ୍ଷରୁ ଜାରି ହୋଇଥିବା ଏହି ଟ୍ୱିଟରେ କୁହାଯାଇଛି , ‘ ପ୍ରଥମଥର ପାଇଁ ଭାରତୀୟ ସେନାର ପର୍ବତରୋହଣ ଟିମ୍ ଏପ୍ରିଲ୍ ୯ ୨୦୧୯ ତାରିଖରେ ମକାଲୁ ବେସ୍ କ୍ୟାମ୍ପ ନିକଟ ୩୨ଙ୍ଘ୧୫ ଇଞ୍ଚ୍ ର ରହସ୍ୟମୟ ପାଦର ଚିହ୍ନ ଦେଖିଛନ୍ତି । ଏହି ହିମମାନବର ପାଦ ପୂର୍ବରୁ ମକାଲୁ – ବରୁନ୍ ନ୍ୟାସନାଲ୍ ପାର୍କରେ ଦେଖିବାକୁ ମିଳିଥିଲା । ହିମମାନବର ଅର୍ଥ ହେଉଛି ବରଫାବୃତ ଅଞ୍ଚଳରେ ରହୁଥିବା ବିଶାଳ ମାନବ । ଯାହାର ସମ୍ପୁର୍ଣ୍ଣ ଶରୀରରେ ଚୁଟି ରହିବା ସହ ମଣିଷ ସଦୃଶ ଦେଖାଯାଏ ।