ରାଜଧାନୀରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ତ୍ୱରିତ ଶୁଣାଣି । ପୁଲିସର କାର୍ଯ୍ୟାନୁଷ୍ଠାନକୁ ସ୍ୱିଡେନ ଯୁବତୀଙ୍କ ପ୍ରଶଂସା ।

ରାଜଧାନୀରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ତ୍ୱରିତ ଶୁଣାଣି । ପୁଲିସର କାର୍ଯ୍ୟାନୁଷ୍ଠାନକୁ ସ୍ୱିଡେନ ଯୁବତୀଙ୍କ ପ୍ରଶଂସା ।

କନକ ବ୍ୟୁରୋ: ରାଜଧାନୀରେ ବିଦେଶିନୀଙ୍କୁ ଅସଦାଚରଣ ମାମଲାରେ ୧୬୪ ଧାରାରେ ବୟାନ ରେକର୍ଡ ଶେଷ । ଗତ ୧୩ ତାରିଖରୁ ସ୍ୱିଡେନରୁ ଭୁବନେଶ୍ୱର ଆସିଥିବା ଯୁବତୀ କୋର୍ଟରେ ଶୁଣାଣି ଶେଷ କରି ଆଜି ସନ୍ଧ୍ୟାରେ ନିଜ ଦେଶ ଫେରିଯିବେ । ଗତ ୧୯ ତାରିଖରେ ଘଟିଥିବା ଘଟଣାବଳୀ ବାବଦରେ ଗୋଟି ଗୋଟି କରି କନକ ନ୍ୟୁଜ ଆଗରେ ଏକ୍ସକ୍ଲୁସିଭ ବୟାନ ଦେଇଛନ୍ତି । ବିଶେଷକରି ଲିଙ୍ଗରାଜ ଥାନା ପୁଲିସର ମାମଲା ଦାୟର କରିବା ସହ ତଦନ୍ତର ଅଗ୍ରଗତି, ୪ ଦିନ ଭିତରେ ଚାର୍ଜସିଟ୍ ଏବଂ ୭ ଦିନ ଭିତରେ ଘଟଣାର ଶୁଣାଣି, ନ୍ୟାୟିକ ବ୍ୟବସ୍ଥାରେ ପ୍ରଥମଥର ବୋଲି କୁହାଯାଉଛି । ଅଭିଯୁକ୍ତ ବିରୋଧରେ ପୁଲିସର ଏଭଳି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶଂସା କରିଛନ୍ତି ବିଦେଶିନୀ । ନିଜ ଦେଶରେ ଏଭଳି ଘଟଣାକୁ ଅଣଦେଖା କରାଯାଏ, ସେଥିପାଇଁ ମୁହଁ ବ୍ଲୋର ନକରି ଇଂଟରଭ୍ୟୁ ଟି ପ୍ରସାରଣ କରି ସମସ୍ତଙ୍କୁ ବାର୍ତ୍ତା ଦେବାର ସତ ସାହସ ଜୁଟାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe