କରୋନା ଟୀକା ନେଇ ବଢିଲା ଆଶା : ଆମେରିକା ରାଷ୍ଟ୍ରପତିଙ୍କ ଦାବି, ମାସକ ଭିତରେ ଆସିପାରେ କରୋନା ଟୀକା; ବିରୋଧୀ କହିଲେ ଟ୍ରମ୍ପ କରୁଛନ୍ତି ରାଜନୀତି

474

କନକ ବ୍ୟୁରୋ : କରୋନା ଟୀକାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ଘୋଷଣା । ମାସକ ଭିତରେ ଆସିପାରେ କରୋନା ଟିକା । ଏହି ଟିକା ଆସିବା ପରେ ଦୂର ହୋଇପାରେ କରୋନା ମହାମାରୀ । ମଙ୍ଗଳବାର ଏହି ପରି ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପେନସିଲଭାନିଆରେ ଭୋଟରଙ୍କ ସହ ଟାଉନ ହଲ ପ୍ରଶ୍ନ ଉତର ଅଧିବେଶନରେ ଟ୍ରମ୍ପ ଏହି ପରି ସୂଚନା ଦେବାକୁ ଯାଇ କହିଛନ୍ତି ଟିକା ପାଇବାରେ ଆମେ ନିକଟତର ହୋଇ ସାରିଲୁଣି । ତୁଣେ ଜାଣିବାରେ ଏହା ଗୋଟିଏ ସପ୍ତାହ ମଧ୍ୟରେ ରହିଛି । କିନ୍ତୁ ଏହା ମଧ୍ୟ ତିନି କିଂବା ୪ ସପ୍ତାହ ବି ହୋଇପାରେ ।

ଆଗକୁ ରହିଛି ଆମେରିକା ନିର୍ବାଚନ । ପ୍ରଚାର କାର୍ଯ୍ୟରେ ଥିବା ସମୟରେ ଟ୍ରମ୍ପଙ୍କ ଏପରି ଘୋଷଣା ପରେ ଆମେରିକାରେ ରାଜନୀତି ବି ବଢିଛି । ସେପଟେ ଆମେରିକାର ସର୍ବୋଚ୍ଚ ସଂକ୍ରାମକ ରୋଗ ଡାକ୍ତର ଆନ୍ଥୋନୀ ଫ୍ୟୁସିଙ୍କ ସମେତ ଅନ୍ୟ ବିଶେଷଜ୍ଞମଧ୍ୟ ଚଳିତ ବର୍ଷ ଶେଷ ଆଡକୁ ଆମେରିକା କରୋନା ଟିକା ବାହାର କରିବାରେ ସଫଳ ହେବା ସଂଭାବନାଥିବା କହିଛନ୍ତି । ବର୍ତମାନ ଆମେରିକାରେ କରୋନା ସଂକଟଜନକ ସ୍ଥିତି ସୃଷ୍ଟି କରିଛି । କେବଳ ଆମେରିକାରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଛି ମହାମାରୀ କରୋନା