ବଢ଼ିଲା ଆଶା, ଅପେକ୍ଷାରେ ଥିବା ଯୋଗ୍ୟ ରାସନକାର୍ଡ ହିତାଧିକାରୀ ପାଇବେ ରାସନକାର୍ଡ: ସାମିଲ ହେବେ ନୂଆ ୮ଲକ୍ଷ ହିତାଧିକାରୀ

ବଢ଼ିଲା ଆଶା, ଅପେକ୍ଷାରେ ଥିବା ଯୋଗ୍ୟ ରାସନକାର୍ଡ ହିତାଧିକାରୀ ପାଇବେ ରାସନକାର୍ଡ: ସାମିଲ ହେବେ ନୂଆ ୮ଲକ୍ଷ ହିତାଧିକାରୀ

କନକ ବ୍ୟୁରୋ: ଭୂତ ରାସନ କାର୍ଡକୁ ନେଇ ଆମେ ବାରମ୍ବାର ଖବର ପ୍ରସାରଣ କରିଥିଲୁ। ପ୍ରତି ମାସରେ କେମିତି ଭୂତ ହିତାଧିକାରୀଙ୍କ ନାଁରେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଛି ତାହା ସାମନାକୁ ଆଣିଥିଲୁ। ଆଉ ଏହି ଖବର ପ୍ରସାରଣ ପରେ ସରକାର ଦୁର୍ନୀତିର ତଦନ୍ତ କରିବା ସହ ନୂଆ ରାସନ କାର୍ଡ ହିତାଧିକାରୀଙ୍କୁ ଯୋଡିବାକୁ ଯାଉଛନ୍ତି।

ବର୍ଷ ବର୍ଷ ଧରି ଅପେକ୍ଷା କରିଥିବ ଯୋଗ୍ୟ ରାସନକାର୍ଡ ହିତାଧିକାରୀଙ୍କ ପାଇଁ ଆସିଛି ଖୁସୀ ଖବର। ୮ଲକ୍ଷ ନୂଆ ହିତାଧିକାରୀଙ୍କୁ ରାସନକାର୍ଡ ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୋହନ ସରକାର। ଭୂତ ରାସନ କାର୍ଡକୁ ନେଇ ଖୋଳତାଡ ଭିତରେ ବଡ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର। ରାସନକାର୍ଡ ହିତାଧିକାରୀ ହେବାକୁ ଏବେ ବି ୬ ଲକ୍ଷ ୧୯ ହଜାର ୮୩୬ ଜଣ ଅପେକ୍ଷାରେ ରହିଛନ୍ତି। ଏହାବାଦ୍ ଆଉ କିଛି ହିତାଧିକାରୀ ଯୋଡି ହୋଇପାରନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ଗୋଟିଏ ପଟେ ନୂଆ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ପ୍ରକ୍ରିୟା ଚାଲିଥିବାବେଳେ ଆଉ ଗୋଟିଏ ପଟେ, ୨୫ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପ୍ରକ୍ରିୟା ଜାରି ରଖିଛନ୍ତି ମୋହନ ସରକାର। ସମସ୍ତ ହିତାଧିକାରୀଙ୍କ କେୱାଇସି ଅପଡେଟ କରି ଅଯୋଗ୍ୟ ହିତାଧିକାରଙ୍କୁ ତାଲିକାରୁ ହଟାଯିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ।

ରାଜ୍ୟରେ ପ୍ରାୟ ୨୫ ଲକ୍ଷ ଭୂତ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ଏହାର ଖୋଳତାଡ କରି ତୁରନ୍ତ ନୂଆ ହିତାଧିକାରୀଙ୍କୁ ରାସନକାର୍ଡ ଯୋଗାଇ ଦିଆଯିବ ବୋଲି କହିଥିଲେ ମନ୍ତ୍ରୀ। ଏଥିସହ ଚାଉଳ ଚୋରି କରୁଥିବା ଡିଲର ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe