ଟିପିଏନଓଡିଏଲ ପକ୍ଷରୁ କେନ୍ଦୁଝର ସହରର ଡିଟିଆର କ୍ଷମତା ବୃଦ୍ଧି

192

କନକ ବ୍ୟୁରୋ: ଟିପିଏନଓଡିଏଲ ପକ୍ଷରୁ କେନ୍ଦୁଝର ସହରର ଶକ୍ତିଗୃହ ଠାରେ ଅବସ୍ଥିତ ଡିଟିଆର କ୍ଷମତାକୁ ୨୫୦କେଭିଏ ରୁ ୪୦୦କେଭିଏ ପର୍ୟ୍ୟନ୍ତ ବୃଦ୍ଧି କରାଯାଇ ଏକ ନିର୍ଭରଶୀଳ ବିଦ୍ୟୁତ ଯୋଗାଣ ଆରମ୍ଭ ହେଇଛି । ଗତକାଲି ଏଥିରେ ନୂଆ ୪୦୦କେଭିଏ ସଫଳତାପୂର୍ଣ୍ଣ ଭାବରେ ଚାର୍ଜ କରାଯାଇଅଛି । ସମାନ ଡିଟିଆର ଟି ଉଭୟ କେନ୍ଦୁଝର ମାର୍କେଟ ତଥା ସରକାରୀ କାର୍ୟ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନ କାର୍ୟ୍ୟାଳୟ ଗୁଡିକର ଆବଶ୍ୟକୀୟ ଚାହିଦା ପୂରଣ କରିବ । ଏହି କାର୍ୟ୍ୟଟି କେନ୍ଦୁଝରବାସୀଙ୍କ ଉଚ୍ଚ ବିଜୁଳି ଚାହିଦାକୁ ଆଖି ଆଗରେ ରଖି  କରାଯାଇଅଛି । ବିଦ୍ୟୁତ୍ ଉପୋଭୋକ୍ତଙ୍କୁ ଉନ୍ନତ ସେବା ପ୍ରଦାନ ପାଇଁ ଟିପିଏନଓଡ଼ିଏଲ ପକ୍ଷରୁ ନିରନ୍ତର ପ୍ରୟାସ ଜାରି ରହିଛି | ଲୋ ଭଲ୍ଟେଜର ସମାପ୍ତି ପାଇଁ ସଂସ୍ଥା ପକ୍ଷରୁ ସମ୍ପ୍ରତି ବିଦ୍ୟୁତ୍ ଭିତ୍ତିଭୂମିର ବିକାଶକୁ ଗୁରୁତ୍ଵ ଦିଆଯାଇଛି |