କନକ ବ୍ୟୁରୋ: ସରିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏଥି ସହ ଶେଷ ହୋଇଛି ରାଜ୍ୟର ୨୧ ଲୋକସଭା ଓ ୧୪୬ ବିଧାନସଭା ଆସନ ଲାଗି ମତଦାନ। ଚୂଡ଼ାନ୍ତ ମତଦାନ ପରେ ରାଜନୈତିକ ଦଳମାନେ ଫଳାଫଳ ଆକଳନ କରିଛନ୍ତି। ଆଶ୍ଚର୍ଯ୍ୟର କଥା ହେଲା, ରାଜ୍ୟର ତିନି ପ୍ରମୁଖ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବେ ବୋଲି ଦାବି ରଖିଛନ୍ତି।

Advertisment

publive-image

ବିଜୁ ଜନତା ଦଳର କୋଷାଧ୍ୟକ୍ଷ ସୁବାସ ସିଂ କହିଛନ୍ତି ଯେ, ବିଜୁ ଜନତା ଦଳ ୨୦୧୪ ମସିହାଠାରୁ ଏଥର ଭଲ ପ୍ରଦର୍ଶନ କରିବ। ବିଜେଡିର ୨୧ ରୁ ୨୧ ସାଂସଦ ପ୍ରାର୍ଥୀ ବିଜୟୀ ହେବେ। ଗତଥର ଦଳ ବିଧାନସଭାରେ ୧୧୭ ଆସନରେ ବିଜୟୀ ହୋଇଥିଲା। ଏଥର ବିଜେଡ଼ି ୧୧୭ରୁ ଅଧିକ ଆସନ ପାଇବ ବୋଲି ସେ ଦୃଢୋକ୍ତି କରିଛନ୍ତି। ତେବେ ଚତୁର୍ଥ ପର୍ଯ୍ୟାୟରେ ହୋଇଥିବା ୬ ଲୋକସଭା ଆସନରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟୀ ହେବେ ଓ ୪୧ ବିଧାନସଭା ଆସନରୁ ଦଳ ୩୫ଟି ପାଇବ ବୋଲି ସୁବାସ ସିଂ କହିଛନ୍ତି।

publive-image

ଅନ୍ୟପକ୍ଷରେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ତଥା ଦଳର ବରିଷ୍ଠ ନେତା ଚିରଞ୍ଜିବୀ ବିଶ୍ୱାଳ କହିଛନ୍ତି କି, କଂଗ୍ରେସ ୨୧ ଲୋକସଭା ଆସନରୁ ୮ରୁ ୧୦ ଟିରେ ବିଜୟ ଲାଭ କରିବ। ସେହିପରି ୧୪୬ ଟି ବିଧାନସଭା ଆସନରୁ କଂଗ୍ରେସ ୭୩ରୁ ଅଧିକ ଆସନ ପାଇବାର ସମ୍ଭାବନା ଅଛି ବୋଲି ମତବ୍ୟକ୍ତ କରିଥିଲେ।

publive-image

ତେବେ ଫଳାଫଳ ପୂର୍ବାନୁମାନ କ୍ଷେତ୍ରରେ ବିଜେପି ମଧ୍ୟ ପଛରେ ନାହିଁ। ରାଜ୍ୟ ଉପସଭାପତି ସମୀର ମହାନ୍ତି ଦାବି କରିଛନ୍ତି ଯେ,ତାଙ୍କ ଦଳ ରାଜ୍ୟର ସମସ୍ତ ୨୧ଟି ସାଂସଦୀୟ କ୍ଷେତ୍ରରେ ବିଜୟ ଲାଭ କରିବ। ଏଥିସହ ୧୨୦ଟି ରୁ ଅଧିକ ବିଧାନସଭା ଆସନରେ ଦଳୀୟ ପ୍ରାର୍ଥୀ ବିଜୟୀ ହେବେ।