ଆସିଲା ଏଗଜିଟ୍ ପୋଲ: ପଶ୍ଚିମବଙ୍ଗରେ ମମତା ମାରିବେ କି ହ୍ୟାଟ୍ରିକ? ପଢନ୍ତୁ କାହା ସପକ୍ଷରେ ସି ଭୋଟର ସର୍ଭେ?

694

କନକ ବ୍ୟୁରୋ: ଆସିଲା ବୁଥ୍ ବାହୁଡା ମତ । ଏବିପି ଓ ସି-ଭୋଟର ସର୍ଭେରେ ପଶ୍ଚିମବଙ୍ଗରେ ଟିଏମସି ପୁଣି ଗଢିପାରେ ସରକାର । ୧୫୨ରୁ ୧୬୪ ସିଟ୍ ହାତେଇପାରେ ଟିଏମସି, ସେପଟେ ବିଜେପି ଖାତାକୁ ଆସିପାରେ ୧୦୯ରୁ ୧୨୧ ଆସନ । କଂଗ୍ରେସକୁ ୧୪ରୁ ୨୫ଟି ସିଟ୍ ମିଳିବାର ସମ୍ଭାବନା ରହିଛି ବୋଲି ସର୍ଭେରେ କୁହାଯାଇଛି ।

ସେହିପରି ରିପବ୍ଲିକ ସିଏନଏକ୍ସରେ କିନ୍ତୁ କୁହାଯାଇଛି ବିଜେପି ଓ ଟିଏମସି ମଧ୍ୟରେ କଡା ଟକ୍କର ହେବ । କାରଣ ରିପବ୍ଲିକ ସିଏନଏକ୍ସର ସର୍ଭେରେ ଟିଏମସି ୧୨୬ରୁ ୧୩୬ ସିଟ ହାତେଇବ । ହେଲେ ବିଜେପି ୧୩୮ରୁ ୧୪୮ ସିଟ ହାତେଇ ଆଗୁଆ ରହିବ ବୋଲି କୁହାଯାଇଛି । ସେହିପରି କଂଗ୍ରେସ ୬ରୁ ୯ ସିଟ ପାଇପାରେ ।

ସେପଟେ ଟାଇମ୍ସ ନାଓ ସିଭୋଟର ସର୍ଭେରେ ପଶ୍ଚିମବଙ୍ଗରେ ଟିଏମସି ପୁଣି ସରକାର ଗଢିପାରେ ବୋଲି କୁହାଯାଇଛି । ସର୍ଭେ ଅନୁସାରେ ଟିଏମସି ୧୫୮ ସିଟ ଅକ୍ତିଆର କରିପାରେ ସେହିପରି ୧୧୫ ଓ କଂଗ୍ରେସ ୧୯ ସିଟ ହାତେଇବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି ।

ତେବେ କହିବାକୁ ଗଲେ ଏଗଜିଟ ପୋଲ ଟିଏମସି ସପକ୍ଷରେ ରହିଛି । ଏଥର ପୁଣି ମମତା ପଶ୍ଚିମବଙ୍ଗରେ ସରକାର ଗଢିପାରନ୍ତି । ଯଦି ମମତା ସରକାର ଗଢିବେ ତେବେ ଏହା ତାଙ୍କର ତୃତୀୟ ପାଳି ହେବ । ଆଉ ପଶ୍ଚିମବଙ୍ଗରେ ମମତା ହ୍ୟାଟ୍ରିକ ଶାସନ କରିବେ ।