ପୁଣି ବିଜେପି ଉଡାଇପାରେ ବିଜୟ ବାନା ! ଫଳାଫଳ ପୂର୍ବରୁ ସାମ୍ନାକୁ ଆସିଲା ଏକଜିଟ୍ ପୋଲ୍ ରିପୋର୍ଟ, କଂଗ୍ରେସକୁ ଲାଗିପାରେ ଝଟକା ।

132

କନକ ବ୍ୟୁରୋ : ୨୦୧୯ରେ ହୋଇପାରେ ୨୦୧୪ ନିର୍ବାଚନର ପୁନରାବୃତ୍ତି । ୨୦୧୯ ନିର୍ବାଚନ ଫଳାଫଳ ପୂର୍ବରୁ ସାମ୍ନାକୁ ଆସିଛି ଏକଜିଟ୍ ପୋଲ୍ ରିପୋର୍ଟ । ୭ଟି ପର୍ଯ୍ୟାୟରେ ଦେଶରେ ମତଦାନ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଆସନ୍ତା ୨୩ ତାରିଖରେ ପ୍ରକାଶ ପାଇବ ଫଳାଫଳ । ଆଉ ଏହା ପୂର୍ବରୁ ସାମ୍ନାକୁ ଆସିଛି ଏକଜିଟ୍ ପୋଲ୍ ରିପୋର୍ଟ ।

ଏକଜିଟ୍ ପୋଲର ଆକଳନ ଅନୁଯାୟୀ, ଦେଶରେ ପୁଣି ସରକାର ଗଢିପାରେ ବିଜେପି । ପୁଣି ଥରେ କାମ କରିପାରେ ମୋଦି ମ୍ୟାଜିକ ଆଉ ବିଜୟର ବାନା ଉଡାଇପାରେ ଭାରତୀୟ ଜନତା ପାର୍ଟି । ଆଉ ସବୁଠାରୁ ବଡ କଥା ହେଉଛି, ୬ଟି ରାଜ୍ୟରେ ବିଜେପି କ୍ଲିନ୍ ସୁଇପ କରିପାରେ । ରିପବ୍ଲିକ ସିଭୋଟରର ଆକଳନ ଅନୁଯାୟୀ, ବିଜେପି ପାଇପାରେ ୩୦୫ଟି ଆସନ । ସେହିପରି କଂଗ୍ରେସ ଖାତାକୁ ଯାଇପାରେ ୧୨୪ଟି ଆସନ ।

ସେହିପରି ଟାଇମ୍ସ ନାଓର ଆକଳନ ଅନୁଯାୟୀ, ଏନଡିଏକୁ ମିଳିପାରେ ୩୦୬ଟି ଆସନ । ୟୁପିଏ ୧୩୨ ଏବଂ ଅନ୍ୟାନ୍ୟ ଦଳ ୧୦୪ଟି ଆସନ ଜିତିପାରନ୍ତି ।

ଜନକି ବାତ୍ ଆକଳନ ଅନୁଯାୟୀ, ଏନଡିଏ ପାଇପାରେ ୩୦୫ଟି ଆସନ । ସେହିପରି ୟୁପିଏ ୧୨୪, ମହାମେଣ୍ଟ ୨୬ ଏବଂ ଅନ୍ୟାନ୍ୟ ଦଳ ୮୭ଟି ସିଟ୍ ଅକ୍ତିଆର କରିପାରନ୍ତି ।

ନ୍ୟୁଜ୍ ନେସନର ଆକଳନ ଅନୁଯାୟୀ, ଏନଡିଏ ଖାତାକୁ ଯାଇପାରେ ୨୮୧ ରୁ ୨୯୦ଟି ଆସନ । ସେହିପରି ୟୁପିଏ ୧୧୮ରୁ ୧୨୬ ଏବଂ ଅନ୍ୟାନ୍ୟ ଦଳ ୧୩୦ରୁ ୧୩୮ଟି ଆସନରେ ବିଜୟ ହୋଇପାରନ୍ତି ।

ଏନଡିଟିଭି ଆକଳନ ଅନୁଯାୟୀ, ଏନଡିଏ ୩୦୦ଟି ଆସନ ପାଇପାରେ । ସେହିପରି ୟୁପିଏ ୧୨୬ ଏବଂ ଅନ୍ୟ ଦଳ ୧୧୬ଟି ଆସନରେ ବାଜି ମାରିପାରନ୍ତି ।