Exit Poll Results 2019 :  ପ୍ରଥମ ଚରଣରେ ବିଜେପି ଆଗୁଆ ! ପଛରେ ରହିଛି କଂଗ୍ରେସ ଏବଂ ମହାଗଠବନ୍ଧନ 

104

ଲୋକସଭା ନିର୍ବାଚନ ୨୦୧୯ ପାଇଁ ସପ୍ତମ ଚରଣର ଭୋଟିଙ୍ଗ୍ ଶେଷ ହୋଇସାରିଛି । ନିର୍ବାଚନ ଶେଷ ହେବା ପରେ ସବୁ ବଡ ଛୋଟ ନେତାଙ୍କ ଭାଗ୍ୟ ଇଭିଏମ୍ ରେ କଏଦ୍ ହୋଇରହିଛି ।

ପ୍ରଥମ ଚରଣରେ କାହାକୁ କେତେ ସିଟ୍ ? 

୯୧ ସିଟ୍ ରେ ହୋଇଥିବା ମତଦାନରେ ଏନଡିଏ ଖାତାରେ ୩୮-୪୨ ସିଟ୍ ଆସିପାରେ । ଏଗଜିଟ୍ ପୋଲ୍ ମୁତାବକ ୯୧ ଟି ସିଟ୍ ଉପରେ ମତଦାନରେ ଏନଡିଏ ଖାତାରେ ୩୮-୪୨ ସିଟ୍ ଆସିପାରେ । ଏଥିରେ ୩୩-୩୫ ସିଟ୍ ବିଜେପି ପାଖରେ ଏବଂ ୫ ରୁ ୭ ବିଜେପି ସହଯୋଗୀ ଜିତିପାରନ୍ତି । ସେପଟେ କଂଗ୍ରେସର କଥା କହିଲେ ଏହି ଚରଣରେ ତାଙ୍କ ଖାତାରେ ମାତ୍ର ୪ ରୁ ୬ ସିଟ୍ ଆସିବା ଭଳି ପ୍ରତୀତ ହେଉଥିବା ବେଳେ କଂଗ୍ରେସ ସହଯୋଗୀଙ୍କ ୦-୧ ସିଟରେ ରହିଯିବେ । ଅନ୍ୟ ଦଳ କଥା କହିଲେ ସପା ୦ ସିଟ୍ ,ବସପା ପାଖରେ ୧-୩ ସିଟ୍ ,ଟିଆରଏସ୍ ପାଖରେ ୧୧-୧୩ ସିଟ୍ , ବିଜେପି ପାଖରେ ୪ ରୁ ୬,ବାଇଏସଆରପି ପାଖରେ ୧୨ ରୁ ୧୪ ସିଟ୍. ଅନ୍ୟାନ୍ୟ ୦ ସିଟ୍ ,ଆପ୍ ୦ ,ଟିଡିପି ଖାତାରେ ୧୦ ରୁ ୧୨ ସିଟ୍ ଥିବାବେଳେ ଅନ୍ୟ ଦଳ ପାଖରେ ୫ ରୁ ୬ ଟି ସିଟ୍ ଜିତିପାରେ ।

ରାଜ୍ୟ କଥା କହିଲେ ଆନ୍ଧ୍ରପ୍ରଦେଶରେ ଟିଡିପି ଏବଂ ବାଇଏସଆଇ କଂଗ୍ରେସ ମଧ୍ୟରେ କଡାଟକ୍କର ଦେଖିବାକୁ ମିଳୁଛି । କଂଗ୍ରେସ ୦ ଏବଂ ବିଜେପି କେବଳ ୧ ସିଟ୍ ଜିତିବା ନଜର ଆସୁଛି । ତେଲେଙ୍ଗାନାରେ ଟିଆରଏସ୍ ର ଜଲୱା ବଳବତ୍ତର ରହିଛି । ବିଜେପି ୧-୨ ସିଟ୍ ଜିତିବାର ସମ୍ଭାବନା ରହିଛି । ଉତ୍ତରାଖଣ୍ଡ ୪ ରୁ ୫ ବିଜେପି ଏବଂ ୦-୧ କଂଗ୍ରେସ ଖାତାରେ ଯିବାର ସମ୍ଭାବନା ରହିଛି । ମହାରାଷ୍ଟ୍ରର ୭ ଟି ସିଟ୍ ରେ ବିଜେପିର ୪-୬ ଏବଂ ଶିବସେନା ୧-୩ ଟି ସିଟ୍ ଜିତିବା ସମ୍ଭାବନା ରହିଛି । ଅନ୍ୟପକ୍ଷରେ ୟୁପିଏର ଖାତା ଖାଲି ପଡିଥିବା ଦେଖାଯାଉଛି ।

୧୧ ଏପ୍ରିଲରେ ପ୍ରଥମ ଚରଣ ମତଦାନ ହୋଇଥିଲା । ମତଦାନ ଅନୁସାରେ ୨୦ ଟି ରାଜ୍ୟର ୯୧ ଟି ଲୋକସଭା ସିଟ୍ ଏବଂ ୪ ରାଜ୍ୟ (ଓଡ଼ିଶା,ଅରୁଣାଞ୍ଚଳ ପ୍ରଦେଶ,ଆନ୍ଧ୍ରପ୍ରଦେଶ ଏବଂ ସିକିମ୍)ରେ ବିଧାନସଭା ସିଟରେ ମତଦାନ ହୋଇଥିଲା । ଭୋଟିଙ୍ଗ୍ ସମୟରେ ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ ଟିଡିପି ଏବଂ ୱାଇଏସଆରସିପି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ସଂଘର୍ଷର ଖବର ଆସୁଛି । ଯେଉଁଥିରେ ସ୍ଥାନୀୟ ଟିଡିପି ନେତା ଚିନ୍ତା ଭାସ୍କର ରେଡ୍ଡୀଙ୍କ ମୃତ୍ୟୁ ହୋଇଯାଇଛି ।

ପ୍ରଥମ ଚରଣରେ ବିହାରର ୪ ଟି ସିଟ୍ – ଔରଙ୍ଗାବାଦ,ଗୟା,ନବାଦା ଏବଂ ଜମୁଇ,ପଶ୍ଚିମ ଉତ୍ତର ପ୍ରଦେଶର ୮ ଟି ସିଟ୍ – ସହାରନପୁର,କେରାନା,ମୁଜଫରନଗର,ବିଜନେର,ମେରଠ,ବାଗପତ,ଗାଜିଆବାଦ ଏବଂ ନୋଏଡା । ଛତିଶଗଡ ବସ୍ତର ସିଟ୍ ,ଓଡିଶାର ୪ ଟି ସିଟ୍ ,ଆସାମ ୫ ଟି ସିଟ୍ ,ଜମ୍ମୁ-କାଶ୍ମୀରରେ ୨ ଟି ସିଟ୍ ,ମହାରାଷ୍ଟ୍ର ରେ ୭ ଏବଂ ପଶ୍ଚିମବଙ୍ଗରେ ୨ ଟି ସିଟ୍ ଉପରେ ମତଦାନ ହୋଇଥିଲା । ଯେଉଁଥିରେ ୧୨୭୯ ପ୍ରତ୍ୟାଶୀ ନିର୍ବାଚନ ମଇଦାନରେ ଭାଗ୍ୟ ପରୀକ୍ଷା କରିଥିଲେ । ପ୍ରଥମ ଚରଣରେ ମୋଦି ସରକାରଙ୍କ ୮ ମନ୍ତ୍ରୀଙ୍କ ପ୍ରତିଷ୍ଠା ମଧ୍ୟ ବାଜିରେ ଲାଗିଛି । ଏଥିରେ କେନ୍ଦ୍ରମନ୍ତ୍ରୀ ଜେନେରାଲ୍ (ଅବସରପ୍ରାପ୍ତ) ବିକେ ସିଂହ,ନିତିନ୍ ଗଡକରୀ,ହଂସରାଜ ଅହିର,କିରଣ ରିଜିଜୁ ସାମିଲ୍ ଅଛନ୍ତି । କଂଗ୍ରେସରେ ରେଣୁକା ଚୌଧୁରୀ,ଏଆଇଏମଆଇଏମ୍ ର ଅସଦୁଦ୍ଦୀନ୍ ଓବେସୀଙ୍କ ଭାଗ୍ୟ ମଧ୍ୟ ପ୍ରଥମ ଚରଣରେ ହେବାକୁ ଯାଉଛି ।

ବାଜିରେ ଲାଗିଛି ଏହି ପାର୍ଟିର ଭାଗ୍ୟ :

ଦେଶର ଦୁଇ ପ୍ରମୁଖ ପାର୍ଟି କଂଗ୍ରେସ ଏବଂ ବିଜେପି ଛଡା ବହୁଜନ ସମାଜ ପାର୍ଟି,ସପା,ଟିଡିପି,ଟିଏମସି,ଆରଜେଡି,ଆପ୍ ,ଜେଡିୟୁ,ଡିଏମକେ,ଏଆଇଏଡିଏମକେ,ସିପିଏମ୍ ,ଜେଡିଏସ୍ ,ପିଡିପି,ଏନସି ଏବହ ବିଜେଡି ଭଳି ଆଞ୍ଚଳିକ ପାର୍ଟିର ଭାଗ୍ୟ ମଧ୍ୟ ବାଜିରେ ଲାଗିଛି ।