ପଞ୍ଜାବରେ ଲେଖାହେବ କି ନୂଆ ଇତିହାସ ? ସରିଲା ଭୋଟ୍, ଆସୁଛି ୫ ରାଜ୍ୟର ବୁଥ୍ ବାହୁଡ଼ା ମତ ।

133

କନକ ବ୍ୟୁରୋ : ୫ଟି ରାଜ୍ୟରେ ନିର୍ବାଚନ ଶେଷ ହେବା ପରେ ଆସୁଛି ବୁଥ ବାହୁଡା ମତ । ମତଦାତାମାନେ ଭୋଟ ଦେବା ପରେ ବିଭିନ୍ନ ସର୍ଭେକ୍ଷଣ ସଂସ୍ଥା ଦ୍ୱାରା ସଂଗ୍ରହ କରାଯାଇଥିବା ତଥ୍ୟ ଅନୁସାରେ, ୫ ରାଜ୍ୟର ବୁଥ ବାହୁଡା ମତ ବା ଏକଜିଟ୍ ପୋଲ୍ ପ୍ରକାଶ ପାଇଛି । ରିପବ୍ଲିକ ପି-ମାର୍କ ଏକଜିଟ୍ ପୋଲ୍ ଅନୁଯାୟୀ ୟୁପିରେ ବିଜେପିକୁ ବହୁମତ ମିଳିବ । ୪୦୩ ଆସନରୁ ବିଜେପି ୨୪୦, ଏସପି ୧୪୦, ବିଏସପି ୧୭ ଏବଂ କଂଗ୍ରେସ ୪ଟି ଆସନରେ ବିଜୟୀ ହେବେ ।

ତେବେ ଚମକାଇ ଦେଇଛି ପଞ୍ଜାବକୁ ନେଇ ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟ । ପଞ୍ଜାବରେ ଆମ୍ ଆଦମୀ ପାର୍ଟିକୁ ବହୁମତ ମିଳିବ ବୋଲି ଆକଳନ କରିଛି ଇଣ୍ଡିଆ ଟୁଡେ ମାଇ ଆକ୍ସିସ । ଏଠାରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିବ ବୋଲି ଏକଜିଟ ପୋଲରୁ ଜଣାପଡିଛି । ଅଧିକାଂଶ ସଂସ୍ଥା, ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏଥର ସରକାର ଗଢିବାରେ ବୋଲି ସଙ୍କେତ ଦେଇଛନ୍ତି ।

ସେହିପରି ଉତରାଖଣ୍ଡରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେବ ବୋଲି ଏବିପି ସି-ଭୋଟର ଅନୁମାନ କରିଛି । ୭୦ ବିଧାନସଭା ଆସନରୁ ବିଜେପି ୨୬ରୁ ୩୨, କଂଗ୍ରେସ ୩୨-୩୮ ଏବଂ ଆପ୍ ୦-୨ ଅନ୍ୟାନ୍ୟ ୩ରୁ ୭ ଆସନ ପାଇପାରନ୍ତି । ଗୋଆରେ ବିଜେପି ୧୬ରୁ ୨୨, କଂଗ୍ରେସ ୧୧ରୁ ୧୭ ଏବଂ ମହାଗଠବନ୍ଧନ ୧ରୁ ୨ ଏବଂ ଆପ୍ ୦-୨ ଆସନ ପାଇବ ବୋଲି ଇଣ୍ଡିଆ ଟିଭି ସିଏନଏକ୍ସ ଆକଳନ କରିଛି ।