କନକ ବ୍ୟୁରୋ: ଆସିଲା ବୁଥ ବାହୁଡା ମତ । ଏକଜିଟ୍ ପୋଲ ସର୍ଭେ ଅନୁସାରେ ହିମାଚଳ ପ୍ରଦେଶରେ ପୁଣିଥରେ ସରକାର ଗଢିପାରେ ଭାରତୀୟ ଜନତା ପାର୍ଟି । ତେବେ ଏଥର ନିର୍ବାଚନରେ କିନ୍ତୁ ବିଜେପିକୁ କଡା ଟକ୍କର ଦେଇଛି କଂଗ୍ରେସ । ବିଭିନ୍ନ ଏକଜିଟ ପୋଲର ରିପୋର୍ଟ ମୁତାବକ ହିମାଚଳ ପ୍ରଦେଶରେ ବିଜେପି ସରକାର ଗଢିବାକୁ ଯାଉଥିବାବେଳେ, କଂଗ୍ରେସ ବିଜେପିକୁ କଡା ଟକ୍କର ଦେଉଛି । ଅନ୍ୟପଟେ ହିମାଚଳ ପ୍ରଦେଶରେ ଆପ୍ ଲୋକଙ୍କ ଆସ୍ଥା ଭାଜନ ହେବାରେ ପଛରେ ପଡିଛି ।
ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆର ଏକଜିଟ୍ ପୋଲ ଆକଳନ ମୁତାବକ ଏଥର ହିମାଚଳରେ ବିଜେପିକୁ ୨୪ରୁ ୩୪ଟି ସିଟ୍ ଯାଇପାରେ । ସେହିପରି କଂଗ୍ରେସ ଖାତାକୁ ୩୦ରୁ ୪୦ଟି ଯାଇପାରେ । ତେବେ ଆପକୁ ହିମାଚଳ ପ୍ରଦେଶରେ ସେତେଟା ଫାଇଦା ମିଳିନାହିଁ । ହିମାଚଳ ପ୍ରଦେଶରେ ଅନ୍ୟମାନେ ୪ରୁ ୮ଟି ସିଟ୍ ଜିତିପାରନ୍ତି ବୋଲି ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇ ଇଣ୍ଡିଆ ଆକଳନ କରିଛି ।
हिमाचल प्रदेश में कांग्रेस को 30-40 और बीजेपी को 24-34 सीट मिलने का अनुमान #HimachalPradeshElections#AajTakExactPoll#ExitPolls@anjanaomkashyap@ARPITAARYApic.twitter.com/F6b6N280MT
— AajTak (@aajtak) December 5, 2022
ଲୋକପ୍ରିୟ ଟାଇମ୍ସ ନାଓ ଏକଜିଟ୍ ପୋଲର ସର୍ଭେ ମୁତାବକ ହିମାଚଳ ପ୍ରଦେଶରେ ଭାରତୀୟ ଜନତା ପାର୍ଟିକୁ ୩୪ରୁ ୪୨ଟି ମଧ୍ୟରେ ସିଟ୍ ମିଳିପାରେ । ସେହିପରି କଂଗ୍ରେସକୁ ୨୪ରୁ ୩୨ଟି ମଧ୍ୟରେ ସିଟ୍ ମିଳିପାରେ ବୋଲି ଅନୁମାନ କରାଯାଉଛି । ତେବେ ଆମ୍ ଆଦମୀ ପାର୍ଟି ହିମାଚଳରେ ଗୋଟିଏ ବି ସିଟ୍ ଜିତିପାରିବନି ବୋଲି ଟାଇମ୍ସ ନାଓ ଏକଜିଟ୍ ପୋଲରେ କୁହାଯାଇଛି ।
#ExitPollOnZee: हिमाचल में फिर BJP सरकार, EXIT POLL में लगातार दूसरी बार भाजपा के आने का अनुमान
कुल सीटें- 68
बीजेपी: 35-40
कांग्रेस: 20-25
AAP: 0-3
अन्य: 1-5#HimachalPradeshElections#ExitPoll2022@aditi_tyagi@Shehzad_IndLIVE - https://t.co/asaJAvmeItpic.twitter.com/Cyc82qcWIA
— Zee News (@ZeeNews) December 5, 2022
ସେହିପରି ଜାତୀୟ ଗଣମାଧ୍ୟମ ଜୀ-ନ୍ୟୁଜର ଏକଜିଟ୍ ପୋଲରେ ମଧ୍ୟ ଏଥର ହିମାଚଳ ପ୍ରଦେଶରେ ପୁଣିଥରେ ବିଜେପି ରାଜ୍ ହେବ ବୋଲି ଆକଳନ କରାଯାଇଛି । ମୋଟ ୬୮ଟି ସିଟ୍ ଭିତରୁ ବିଜେପି ଖାତାକୁ ୩୦ରୁ ୪୦ଟି ସିଟ୍ ଯାଇପାରେ । ଅନ୍ୟପଟେ କଂଗ୍ରେସ ଖାତାକୁ ୨୦ରୁ ୨୫ଟି ଏବଂ ଅନ୍ୟ ଖାତାକୁ ୧ରୁ ୫ଟି ସିଟ୍ ଯାଇପାରେ ବୋଲି ଆକଳନ କରିଛି ଜୀ-ନ୍ୟୁଜ୍ ।
#LIVE | Republic P-MARQ Exit Poll के मुताबिक हिमाचल प्रदेश में बीजेपी को कुल 68 सीटों में से 34 से 39 सीटें मिलने के अनुमान
देखिए अर्नब के साथ सटीक एक्जिट पोल रिपब्लिक भारत पर : https://t.co/arj4syaIcxpic.twitter.com/zuoQtNyx15
— रिपब्लिक भारत (@Republic_Bharat) December 5, 2022
ସେପଟେ ରିପବ୍ଲିକ୍ ଟିଭିର ଏକଜିଟ୍ ପୋଲରେ ବିଜେପି ଖାତାକୁ ୩୪ରୁ ୩୯ଟି ସିଟ୍ ଯାଇପାରେ ବୋଲି ଆକଳନ ପ୍ରକାଶ ପାଇଛି । ଅନ୍ୟପଟେ ହିମାଚଳରେ କଂଗ୍ରେସ ହାତକୁ ୨୮ରୁ ୩୩ଟି ସିଟ୍ ଯାଇପାରେ ଏବଂ ଆପ୍ ଖାତାକୁ ଶୂନ କିମ୍ବା ଅତି କମରେ ଗୋଟିଏ ସିଟ୍ ଯାଇପାରେ ବୋଲି ଆକଳନ କରିଛି ରିପବ୍ଲିକ୍ ଟିଭି । ତେବେ ଯଦି ଏହି ଆକଳନ ସତ ହୁଏ ତେବେ, ହିମାଚଳ ପ୍ରଦେଶରେ ପରମ୍ପରା ଭାଙ୍ଗିବା ସହିତ ବିଜେପି ଲଗାତାର ଦ୍ୱିତୀୟ ଥର ପାଇଁ କ୍ଷମତା ଦଖଲ କରିବ ।
ନ୍ୟୁଜ୍ ଏକ୍ସର ଏକଜିଟ୍ ପୋଲ ରିପୋର୍ଟ ମୁତାବକ, ଏଥର ହିମାଚଳରେ ବିଜେପି ୩୨ରୁ ୪୦ଟି ସିଟରେ ବିଧାୟକ ପଦ ଜିତିପାରେ । ସେହିପରି କଂଗ୍ରେସ ହିମାଚଳରେ ୨୭ରୁ ୩୪ଟି ଆସନରେ ବିଜୟ ହାସଲ କରିପାରେ ବୋଲି ନ୍ୟୁଜ୍-ଏକ୍ସ ଆକଳନ କରିଛି ।