କନକ ବ୍ୟୁରୋ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶେଷ ହୋଇଛି ଭୋଟିଂ । ଆଉ ଆସିସାରିଛି ବୁଥ୍ ବାହୁଡା ମତ । ଆଉ ବୁଥ ବାହୁଡା ମତ ଅନୁଯାୟୀ କହୁଛି, ପୁଣି ଥରେ ବିପୁଳ ଜନମତ ସହ ଦିଲ୍ଲୀ ଦଖଲ କରିବାକୁ ଯାଉଛି ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି । ବିଧାନସଭା ନିର୍ବାଚନ ସରିବା ପରେ ଆସିଥିବା ଏଗଜିଟ୍ ପୋଲରେ ବିଭିନ୍ନ ସଂସ୍ଥା ନିଜ ନିଜ ବୁଥ୍ ବାହୁଡା ମତରେ ଆମ୍ ଆଦମୀ ପାର୍ଟିକୁ ଆଗରେ ରଖିଛନ୍ତି ।
ମୋଦିଙ୍କ ଲୋକପ୍ରିୟତାକୁ ପଛରେ ପକାଇ ପୁଣି ଥରେ ଦିଲ୍ଲୀ ଗାଦିରେ ବସିପାରନ୍ତି ଅରବିନ୍ଦ କେଜ୍ରିୱାଲ । କାରଣ ବୁଥ ବାହୁଡା ମତ କହୁଛି, ଆମ୍ ଆଦମୀ ପାର୍ଟିକୁ ମିଳିପାରେ ବହୁମତ । ଦିଲ୍ଲୀ ଜନତାଙ୍କ ବିଶ୍ୱାସ ଜିତିବାରେ ପୁଣି ଥରେ ସକ୍ଷମ ହୋଇପାରନ୍ତି କେଜ୍ରିୱାଲ ।
ବୁଥ୍ ବାହୁଡା ମତରେ ଆପ୍ ଆଗରେ । ଏକଜିଟ୍ ପୋଲର ଆକଳନ ଅନଯାୟୀ, ଦିଲ୍ଲୀ ଲଢେଇରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍ ଦଳ ଆଗରେ ରହିବ, ଦ୍ୱିତୀୟ ସ୍ଥାନରେ ବିଜେପି ଏବଂ ତୃତୀୟ ସ୍ଥାନରେ କଂଗ୍ରେସ ରହିପାରେ ବୋଲି କୁହାଯାଉଛି । ଜନତାଙ୍କ ବିଶ୍ୱାସ ଜିତି ପୁଣି ଥରେ ରାଜଧାନୀ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ବନିପାରନ୍ତି ଅରବିନ୍ଦ କେଜ୍ରିୱାଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/14-1-750x430-1.jpg)