୨୩ରେ ମତଗଣନା, ଆଜି ଆସିବ ବୁଥ ବାହୁଡ଼ା ମତ: ସମ୍ବାଦ -କନକନ୍ୟୁଜର ବଡ଼ କଭରେଜ୍, ଆସନ ଅଧାରରେ ଆସିବ ସରକାର ୨୦୧୯ର ତଥ୍ୟ

Advertisment
୨୩ରେ ମତଗଣନା, ଆଜି ଆସିବ ବୁଥ ବାହୁଡ଼ା ମତ: ସମ୍ବାଦ -କନକନ୍ୟୁଜର ବଡ଼ କଭରେଜ୍, ଆସନ ଅଧାରରେ ଆସିବ ସରକାର ୨୦୧୯ର ତଥ୍ୟ

କନକ ବ୍ୟୁରୋ: ସାରା ଦେଶରେ ସଭିଙ୍କ ମନରେ ଏବେ ଗୋଟିଏ ପ୍ରଶ୍ନ – ଭୋଟ ତ ସରିଛି, ହେଲେ ଜିତିବ କିଏ? କେଉଁ ଦଳ ସରକାର ଗଢ଼ିବ? ଓଡ଼ିଶାରେ ଲୋକସଭା ସହିତ ବିଧାନସଭା ନିର୍ବାଚନ ହୋଇଥିବାରୁ ରାଜ୍ୟବାସୀଙ୍କ ମଧ୍ୟରେ ଫଳାଫଳକୁ ନେଇ ଉତ୍କଣ୍ଠା ଆହୁରି ବେଶି। ନବୀନ କ’ଣ ପୁଣିଥରେ ରାଜ୍ୟରେ ସରକାର ଗଢ଼ିବେ ନା କିଛି ବଡ଼ ପରିବର୍ତ୍ତନ ହେବ? ଏସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ସମସ୍ତେ ଚାତକ ଭଳି ଅନାଇ ବସିଛନ୍ତି ୨୩ ତାରିଖକୁ। କାରଣ ସେହିଦିନ ଭୋଟ ଗଣତି ପରେ ଜଣାପଡ଼ିବ ଫଳାଫଳ।

publive-image

ମାତ୍ର ଏହାର ଯଥେଷ୍ଟ ପୂର୍ବରୁ ଅନ୍ତତଃ ଓଡ଼ିଶାରେ ନିର୍ବାଚନ ଫଳାଫଳ କ’ଣ ହେବାକୁ ଯାଉଛି ତାହାର ଏକ ପୂର୍ବାନୁମାନ କରିବାକୁ ଯାଉଛି ‘ସମ୍ବାଦ କନକ ନ୍ୟୁଜ୍’ର ଏକଜିଟ୍ ପୋଲ୍ ସର୍ଭେ। ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ହୋଇଛି ସବୁଠୁ ବଡ଼ ବୁଥ୍ ବାହୁଡ଼ା ମତ ସର୍ବେକ୍ଷଣ।

publive-image

‘ସମ୍ବାଦ’ ଓ କନକ ନ୍ୟୁଜର ୫୦୦ରୁ ଅଧିକ ରିପୋର୍ଟର ୧୨୦୦ରୁ ଅଧିକ ସ୍ବେଚ୍ଛାସେବୀଙ୍କ ସହ ମିଶି ସାରା ଓଡ଼ିଶାରୁ ସଂଗ୍ରହ କରିଛନ୍ତି ପ୍ରାୟ ଏକ ଲକ୍ଷ ଲୋକଙ୍କ ବୁଥ୍ ବାହୁଡ଼ା ମତ। ଆଉ ଏହାରି ଆଧାରରେ ପ୍ରସ୍ତୁତ ହୋଇଛି ୧୪୭ଟି ଯାକ ବିଧାନସଭା ଆସନ ଓ ୨୧ଟି ଲୋକସଭା ଆସନର ଫଳାଫଳ। ଆଜି ସନ୍ଧ୍ୟାରେ ନିର୍ବାଚନ କମିସନଙ୍କ କଟକଣା ଉଠିଯିବା ପରେ ସନ୍ଧ୍ୟା ୫ଟାରୁ କନକ ନ୍ୟୁଜରେ ଏବଂ ଆସନ୍ତାକାଲି ‘ସମ୍ବାଦ’ରେ ଏହି ଫଳାଫଳ ବିସ୍ତୃତ ଭାବେ ପ୍ରକାଶ ପାଇବ। ତିନି ଦିନ ପୂର୍ବରୁ ଜଣା ପଡ଼ିଯିବ ଜିତିବ କିଏ, ହାରିବ କିଏ। ୧୪୭ରୁ କେଉଁ ଦଳ କେତେ ଆସନ ପାଇବ। ଜଣା ପଡ଼ିଯିବ ଓଡ଼ିଶାରେ କିଏ ସରକାର ଗଢ଼ିବ ଏବଂ ଓଡ଼ିଶାର ୨୧ଟି ଆସନରୁ ଲୋକସଭାକୁ କେଉଁମାନେ ଯିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe