କନକ ବ୍ୟୁରୋ : ଶେଷ ହୋଇଛି ୧୯ ଯୁଦ୍ଧର ସମସ୍ତ ୭ଟି ପର୍ଯ୍ୟାୟ ଲଢେଇ । ଏବେ ନଜର ୨୦୧୯ ନିର୍ବାଚନ ଫଳାଫଳ ଉପରେ । ଏହା ପୂର୍ବରୁ ଆଉ କିଛି ସମୟ ମଧ୍ୟରେ ଏକଜିଟ୍ ପୋଲ୍ ରିପୋର୍ଟ ଆପଣଙ୍କ ସାମ୍ନାକୁ ଆସିବ । ଯାହାକି ୨୩ ତାରିଖର ଫଳାଫଳର ଏକ ପ୍ରତିଛବି ଆପଣଙ୍କ ଆଗରେ ଆଙ୍କିବ । ତେବେ ଆସନ୍ତୁ ଜାଣିବା କ’ଣ ଥିଲା ଗତ ୨୦୧୪ ନିର୍ବାଚନର ଏକଜିଟ୍ ପୋଲ୍ ରିପୋର୍ଟ । ଏବଂ ଏହି ରିପୋର୍ଟ କେତେ ସଠିକ୍ ହୋଇଥିଲା । ନଜର ପକାନ୍ତୁ ୨୦୧୪ ଏକଜିଟ୍ ପୋଲର ଏହି ରିପୋର୍ଟ ଉପରେ ।

Advertisment

publive-image୨୦୧୪ ଲୋକସଭା ନିର୍ବାଚନରେ ମୋଦି ମ୍ୟାଜିକ କାମ କଲା ଏବଂ ଭାରତୀୟ ଜନତା ପାର୍ଟି ବହୁମତ ପାଇ ସରକାର ଗଢିଥିଲା । ତେବେ ୨୦୧୪ରେ ବିଜେପିକୁ ମିଳିଥିଲା ମୋଟ୍ ୨୮୨ ଆସନ (ଏନଡିଏ-୩୩୫) । ସେହିପରି କଂଗ୍ରେସ ମାତ୍ର ୪୪ଟି ଆସନ ଜିତିବାରେ ସକ୍ଷମ ହୋଇଥିଲା । ସେହିପରି ଟିଏମସି ୩୩, ଏଆଇଡିଏମକେ ୩୬, ବିଜେଡି ୨୦, ଏନସିପି ୬, ସିପିଆଇ(ଏମ) ୯, ସିପିଆଇ ୧, ବିଏସପି ୦(ୟୁପିଏ-୬୦)ଟି ସିଟ୍ ଅକ୍ତିଆର କରିଥିଲେ ।