କନକ ବ୍ୟୁରୋ: ଆସିଲା ଏଗଜିଟ ପୋଲ । ସି ଭୋଟର ସର୍ଭେ ଅନୁସାରେ ତାମିଲନାଡୁରେ ବଦଳିପାରେ ସରକାର । ତାମିଲନାଡୁରେ ଏଥର ଚାଲିପାରେ ଷ୍ଟାଲିନଙ୍କ ଯାଦୁ । ଇଣ୍ଡିଆ ଟୁଡେ- ଆକ୍ସିସ ମାଇ ଇଣ୍ଡିଆ ସର୍ଭେ ଅନୁଯାୟୀ ତାମିଲନାଡୁରେ ଡିଏମକେକୁ ମିଳିପାରେ ମ୍ୟାଜିକ ନମ୍ବର । ୧୭୫ରୁ ୧୯୫ ଆସନ ସରକାର ଗଢିପାରେ ଡିଏମକେ, ଏଆଇଏଡିଏମକେକୁ ଲାଗିପାରେ ଝଟକା । ମାତ୍ର ୩୮ରୁ ୫୪ ଆସନ ସହ ସରକାରରୁ ବିଦା ହୋଇପାରେ ଦଳ ।
ସେହିପରି ଏବିପି ଓ ସି ଭୋଟର ସର୍ଭେ ଅନୁଯାୟୀ ତାମିଲନାଡୁରେ ଡିଏମକେକୁ ୧୬୦ରୁ ୧୭୨ ଆସନ ମିଳିପାରେ । ସେହିଭଳି ଏଆଇଏଡିଏମକେକୁ ମିଳିପାରେ ୫୮ରୁ ୭୦ ଆସନ । ତାମିଲନାଡୁରେ ୨୩୪ଟି ଆସନ ପାଇଁ ପଡିଛି ଭୋଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/04/31-23.jpg)