କନକ ବ୍ୟୁରୋ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷ ମମତା ବାନାର୍ଜୀ ଲଗାତାର କିଛି ବର୍ଷ ହେଲା ‘ଖେଲା ହୋବେ’ ନାରା ଦେଇ ଆସୁଛନ୍ତି । ହେଲେ ଏଥର କିନ୍ତୁ ପଶ୍ଚିମବଙ୍ଗରେ ବିଜେପି ଖେଳ କରିଦେଇଥିବା ଭଳି ଏକଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇଛି । ରାଜ୍ୟର ମୋଟ ୪୨ ଲୋକସଭା ଆସନରୁ ବିଜେପି ଏଠାରେ ୨୬ରୁ ୩୧ ଆସନ ଜିତିପାରେ ବୋଲି ଏକଜିଟ୍ ପୋଲରେ ଅନୁମାନ କରାଯାଇଛି । ଯାହାକି ବିରୋଧୀ ଇଣ୍ଡିଆ ମେଣ୍ଟ ସହିତ ଟିଏମସି ପାଇଁ ବଡ ଝଟକା ବୋଲି କୁହାଯାଉଛି ।
ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆର ଆକଳନ ମୁତାବକ, ପଶ୍ଚିମବଙ୍ଗରେ ଏଥର ବିଜେପି ୪୨ ଆସନରୁ ୨୬ରୁ ୩୧ ଆସନ ଜିତିପାରେ, ଅନ୍ୟପଟେ ଟିଏମସିକୁ ଏଥର ୧୧ରୁ ୧୪ ଆସନ ମିଳିପାରେ ବୋଲି କୁହାଯାଉଛି । ଖାଲି ସେତିକି ନୁହେଁ, ଇଣ୍ଡିଆ ମେଣ୍ଟ ସେଠାରେ ମାତ୍ର ୨ଟି ସିଟ୍ ଜିତିପାରେ ବୋଲି ଅନୁମାନ କରିଛି ଇଣ୍ଡିଆ ଟୁଡେ-ଆକ୍ସିସ୍ ମାଇଁ ଇଣ୍ଡିଆ ସର୍ଭେ ସଂସ୍ଥା ।
ଅନ୍ୟପଟେ ଭୋଟ୍ ପ୍ରତିଶତ କଥା ଯଦି କହିବା, ପଶ୍ଚିମବଙ୍ଗରେ ବିଜେପିକୁ ୪୬ ପ୍ରତିଶତ ଭୋଟ୍ ମିଳିପାରେ, ସେହିପରି ଟିଏମସିକୁ ୪୦ ପ୍ରତିଶତ, ଇଣ୍ଡିଆ ମେଣ୍ଟକୁ ୧୨ ପ୍ରତିଶତ ଭୋଟ୍ ମିଳିପାରେ ବୋଲି ଆକଳନ କରାଯାଉଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ତୃଣମୂଳ କଂଗ୍ରେସର ଗଡ ରହିଆସିଥିବା ଦକ୍ଷିଣ ବେଙ୍ଗଲରେ ବିଜେପି ଏଥର ଭଲ ପ୍ରଦର୍ଶନ କରିପାରେ । କାହିଁକି ନା, ଦକ୍ଷିଣ ବେଙ୍ଗଲରେ ବିଜୟ ହାସଲ କଲେ ହିଁ, ବିଜେପି ଏତେ ସିଟ୍ ଜିିତିବା ସମ୍ଭବ ହେବ । ଅନ୍ୟପଟେ ପଶ୍ଚିମବଙ୍ଗ ବିଜେପି ନେତାଙ୍କ କହିବା ମୁତାବକ, ବିଜେପିକୁ ଏଠାରେ ୨୯ ସିଟ୍ ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/06/18-1.jpg)