ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ "ସେଞ୍ଚୁରିଅନ ମାର୍କେଟ" ର ପ୍ରଦର୍ଶନୀ ଉତ୍ସବ ଉଦଯାପିତ

ସେଞ୍ଚୁରିଅନ ବିଦ୍ୟାଳୟ ପରିସରରେ "ସେଞ୍ଚୁରିଅନ ମାର୍କେଟ" ର ପ୍ରଦର୍ଶନୀ ଉତ୍ସବ ଉଦଯାପିତ

କନକ ବ୍ୟୁରୋ : ସାମ୍ପ୍ରତିକ ପରିସ୍ଥିତିରେ ବିଶ୍ୱରେ ବଜାର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି. ଜାଗତୀକରଣ ଓ ଉଦାରୀକରଣ ଯୋଗୁଁ ବିଶ୍ୱର ସମସ୍ତ ଦେଶରେ ବଜାରର ଚାହିଦା ବଢିବାରେ ଲାଗିଛି. ଏପରି ସ୍ଥିତିରେ ବଜାର ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା ଓ ଛାତ୍ର, ଛାତ୍ରୀଙ୍କୁ "ଲାଇଫ ସ୍କିଲ "ସମ୍ବନ୍ଧରେ ଅବଗତ କରାଇବା ପାଇଁ ସେଞ୍ଚୁରିଅନ ବିଦ୍ୟାଳୟର କର୍ତ୍ତ୍ତୃପକ୍ଷ ବିଦ୍ୟାଳୟ ପରିସରରେ ପ୍ରତୀକାତ୍ମକ "ସେଞ୍ଚୁରିଅନ ମାର୍କେଟ"ର ପରିକଳ୍ପନା କରିଥିଲେ ଯାହା ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀର ଛାତ୍ର, ଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା. ଉତ୍ସବଟିକୁ ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ଡ଼. ପ୍ରଦୀପ ଷଡ଼ଙ୍ଗୀ ଉଦଘାଟନ କରିଥିଲେ. ତାଙ୍କର ପ୍ରତ୍ୟକ୍ଷ ତତ୍ତ୍ୱବଧାନରେ ଉତ୍ସବଟି ଅନୁଷ୍ଠିତ ହୋଇଥିଲା. ଏହି ଉତ୍ସବରେ ଛାତ୍ର, ଛାତ୍ରୀ ମାନେ ପନିପରିବା, କଣ୍ଢେଇ, ଫଳ, ତେଜରାତି ସାମଗ୍ରୀ, କସମେଟିକ ଓ ଷ୍ଟେସନାରୀ ସାମଗ୍ରୀ ପ୍ରଦର୍ଶିତ କରିଥିଲେ. ଯାହାକୁ ବିକ୍ରୟ ମଧ୍ୟ କରିଥିଲେ. ଏହା ଛାତ୍ର, ଛାତ୍ରୀଙ୍କ କ୍ରୟ, ବିକ୍ରୟ କରିବାର କ୍ଷମତାକୁ ବଢ଼ାଇବାରେ ସହାୟକ ହେବ. ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ଡ଼. ପୂଣ୍ୟତୋୟା ବିଶ୍ୱାଳ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଶ୍ରେଣୀ ଶିକ୍ଷୟତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମଟିର ସଫଳ ପରିଚାଳନାରେ ସହଯୋଗ କରିଥଲେ. ଅନୁଷ୍ଠାନର ଏଭଳି ଅଭିନବ ପ୍ରୟାସ ଅଭିଭାବକ ଓ ଅଭିଭାବିକାଙ୍କ ମହଲରେ ଉଚ୍ଚ ପ୍ରଶଂସିତ ଓ ଆଦୃତ ହୋଇପାରିଛି. ଏହି କାର୍ଯ୍ୟକ୍ରମଟି ଯୁଗୋପଯୋଗୀ ପ୍ରମାଣିତ ହୋଇପାରିଛି ଓ ଏଥିପାଇଁ ସହରର ସବୁ ମହଲରୁ ଅନୁଷ୍ଠାନକୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି.

publive-image

publive-image

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe