ତାଳଚେର କୋଇଲା ଖଣି ଦୁର୍ଘଟଣା: ପ୍ରତି ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

251

କନକ ବ୍ୟୁରୋ: ତାଳଚେର ଭରତପୁର କୋଇଲା ଖଣି ଦୁର୍ଘଟଣା ଘଟଣା । ପ୍ରତି ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁକମ୍ପା ରାଶି ଘୋଷଣା । ପ୍ରତି ମୃତକଙ୍କ ପରିବାର ପିଛା ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତବେ ଦୁର୍ଘଟଣାରେ ୩ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରାଗଲାଣି । ଗତକାଲି ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ୨ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଆଜି ସକାଳେ ଜଣଙ୍କର ଗୋଡ ମିଳିଥିବା ବେଳେ ପରେ କୋଇଲା ଖଣି ତଳୁ ୨ ମୃତଦେହ ଉଦ୍ଧାର କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଜଣଙ୍କର ମୃତଦେହ ମିଳି ପାରିନି ।

ଗତ ମଙ୍ଗଳବାର ରାତି ୧୦ଟା ସମୟରେ କୋଇଲା ଖଣିରେ ମାଟି ଧସିଥିଲା । ମାଟି ଧସିବା କାରଣରୁ ଘଟଣାସ୍ଥଳରେ କାମ କରୁଥିବା ୧୩ ଜଣ ଶ୍ରମିକ ଫସି ଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଜୀବିତ ଉଦ୍ଧାର କରା ଯାଇଥିଲେ ବି ୪ ଜଣଙ୍କୁ ଉଦ୍ଧାର କରିବା ଅସମ୍ଭବ ହୋଇପଡିଥିଲା । ପରବର୍ତ୍ତୀ ସମୟରେ ୩୦ ଜଣିଆ ଏନଡିଆରଏଫ ଟିମ୍ ଓ ଡଗ ସ୍କ୍ୱାଡ ସାହାଯ୍ୟରେ ଖୋଜାଖୋଜି ଚାଲିଥିଲା । ବର୍ଷା କାରଣରୁ ଉଦ୍ଧାର କାମ ବାଧାପ୍ରାପ୍ତ ହେଉଥିଲେ ହେଁ ଆଜି ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତ ଶ୍ରମିକଙ୍କ ପରିବାର ପିଛା ୫ ଲକ୍ଷ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।