କନକ ବ୍ୟୁରୋ: ଗଞ୍ଜାମ ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ସହାୟତା ଓ ଗୁରୁତରଙ୍କୁ ୧ଲକ୍ଷ ଟଙ୍କା ଘୋଷଣା କରିଛନ୍ତି।

Advertisment

ଆଜି ସକାଳୁ ବସ୍ ସହ ତେଲ ଟ୍ୟାଙ୍କର ଧକ୍କା। ରାସ୍ତା କଡ ଚା ଦୋକାନ ଉପରକୁ ମାଡ଼ିଗଲା ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ି। ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଚା ଦୋକାନରେ ଚା ପିଉଥିବା ୩ଜଣ ଓ ବସରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଯାତ୍ରୀବାହୀ ବସଟି ଆସିକାରୁ ବ୍ରହ୍ମପୁର ପଟକୁ ଆସୁଥିବା ବେଳେ ତେଲ ଟ୍ୟାଙ୍କରଟି ବ୍ରହ୍ମପୁରରୁ ଆସିକା ଆଡ଼କୁ ଯାଉଥିଲା। ସମରଝୋଳ ଛକରେ ତେଲ ଟ୍ୟାଙ୍କରଟି ଏକ ଟ୍ରକକୁ ଓଭରଟେକ୍ କରି ଯିବାକୁ ଚେଷ୍ଟା କରୁଥିବା ବେଳେ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ରାସ୍ତାକଡ଼ ଚା’ ଦୋକାନ ଆଡ଼କୁ ମାଡି ଯାଇଥିଲେ। ଏହି ସମୟରେ ରାସ୍ତାକଡ଼ ଦୋକାନରେ ଚା ପିଉଥିବା ୩ଜଣଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି।