କନକ ବ୍ୟୁରୋ: ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଚାଲିଛି କସରତ । ପହଞ୍ଚିବାରେ ଲାଗିଛନ୍ତି କେନ୍ଦ୍ରୀୟ ନେତୃତ୍ୱ । ପାର୍ଟି ଅଫିସରେ ପହଞ୍ଚିଛନ୍ତି ଭୂପିନ୍ଦର ଯାଦବ ଓ ଅଶ୍ୱିନୀ ବୈଷ୍ଣବ । ସେପଟେ ରାଜନାଥ ସିଂଙ୍କୁ ଭେଟିଛନ୍ତି ସଙ୍ଗୀତା ସିଂଦେଓ । ପୂର୍ବରୁ ରାଜନାଥଙ୍କୁ ଭେଟିଥିଲେ କେଭି ସିଂଦେଓ ଓ ମନମୋହନ ସାମଲ । ବିଜେପି ବିଧାୟକ ଦଳର ବୈଠକ ଉପରେ ରହିଛି ସମସ୍ତଙ୍କ ନଜର । ଅପରାହ୍ଣ ୪ଟା ୩୦ରେ ବସିବ ବିଜେପି ବୈଠକ । ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାଁ ଉପରେ ବାଜିବ ମୋହର ।

Advertisment

ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ କେନ୍ଦ୍ରର ଦୁଇ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି । ରାଜନାଥ ସିଂ ଓ ଭୂପିନ୍ଦର ଯାଦବଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ଏହି ଦୁଇ ବରିଷ୍ଠ ନେତା ଭୁବନେଶ୍ୱରରେ ପହଞ୍ଚିବାପରେ ତାଙ୍କୁ ଜଣକ ପରେ ଜଣେ ରାଜ୍ୟ ନେତୃତ୍ୱ ଭେଟୁଛନ୍ତି । ଜୟନାରାୟଣ ମିଶ୍ର, କେଭି ସିଂଦେଓ ଓ ମନମୋହନ ସାମଲ ରାଜନାଥଙ୍କୁ ଭେଟି ସାରିଛନ୍ତି । ତେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ ସେ ସମୟକୁ ଅପେକ୍ଷା ରହିଛି ।