ରଣନୀତି ପାଇଁ ରାଜ୍ୟ ବିଜେପିର ମାନସ ମନ୍ଥନ । ଆଜି ଆୟୋଜିତ ହେବ କାର୍ଯ୍ୟକାରିଣୀ ବୈଠକ, ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କ ଉପସ୍ଥିତିରେ ତିଆରି ହେବ ଆଗାମୀ ଦିନ ପାଇଁ ବ୍ଲୁ ପ୍ରିଣ୍ଟ ।

72

କନକ ବ୍ୟୁରୋ : ଆଜି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଏଥିରେ ଦଳର ଆଗାମୀ ଦିନର ରଣନୀତିକୁ ଅଧିକ ସୁସଂଗଠିତ କରାଯିବା ପାଇଁ ବ୍ଲୁପ୍ରିଂଟ ତିଆରି ହେବ ବୋଲି ସୂଚନା ମିଳିଛି । ଗତକାଲି ରାଜ୍ୟ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀଙ୍କ ଉପସ୍ଥିତିରେ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଥିଲା । ସଂଗଠନ ପ୍ରସଙ୍ଗ ସହ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ନେଇ ଏଥିରେ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ଏହି ବୈଠକରେ ବିଜେପି ସଭାପତି ସମୀର ମହାନ୍ତି, ବିଜେପି ସାଂସଦ, ବିଧାୟକ ଓ କର୍ମକର୍ତା ଉପସ୍ଥିତ ଥିଲେ । ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି, ମଣ୍ଡିରେ ଧାନ ପଡିରହିବା, ମୋଦିଙ୍କ ଧାନ ପଇସା ଚାଷୀଙ୍କ ପାଖରେ ପହଞ୍ଚିବା ପ୍ରସଙ୍ଗରେ ଏହି ବୈଠକରେ ଆଲୋଚନା ହୋଇଥିବା ନେଇ ସୂଚନା ମିଳିଛି ।