ଦିଲ୍ଲୀ ହାଇକୋର୍ଟଙ୍କ କଡା ଟିପ୍ପଣୀ, “ଏହା କୋଭିଡର ଲହର ନୁହେଁ ସୁନାମୀ, ଅକ୍ସିଜେନ ଯୋଗାଣ ଉପରେ ବାଧା ପହଂଚାଉଥିବା ଲୋକଙ୍କୁ ଆମେ ଫାଶୀରେ ଝୁଲାଇ ଦେବୁ” 

Advertisment
ଦିଲ୍ଲୀ ହାଇକୋର୍ଟଙ୍କ କଡା ଟିପ୍ପଣୀ, “ଏହା କୋଭିଡର ଲହର ନୁହେଁ ସୁନାମୀ, ଅକ୍ସିଜେନ ଯୋଗାଣ ଉପରେ ବାଧା ପହଂଚାଉଥିବା ଲୋକଙ୍କୁ ଆମେ ଫାଶୀରେ ଝୁଲାଇ ଦେବୁ” 

କନକ ବ୍ୟୁରୋ : ଦିଲ୍ଲୀ ହାଇକୋର୍ଟ ଆଜି କହିଛନ୍ତି କି ଯଦି କେନ୍ଦ୍ର, ରାଜ୍ୟ କିମ୍ବା ସ୍ଥାନୀୟ ପ୍ରଶାସନର କୌଣସି ଅଧିକାରୀ ଅକ୍ସିଜେନ ଯୋଗାଣରେ ପ୍ରତିବନ୍ଧକ ସାଜନ୍ତି ତାହେଲେ କୋଟ ତାଙ୍କୁ ଫାଶି ଦଣ୍ଡରେ ଦଣ୍ଡିତ କରିବେ । ଏନେଇ ଗଠିତ ଖଣ୍ଡପୀଠରେ ଜଷ୍ଟିସ ବିପିନ ସାଂଘୀ , ଜଷ୍ଟିସ ରେଖା ପଲ୍ଲୀ ମହାରାଜା ଉଗ୍ରେସନ ହସ୍ପିଟାଲର ଯାଚିକା ଉପରେ ଶୁଣାଣି କରି ମେଡିକାଲରେ ଅକ୍ସିଜେନର ଅଭାବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ।

କୋର୍ଟ ଦିଲ୍ଲୀ ସରକାରଙ୍କୁ କହିଛନ୍ତି କି ଯିଏ ଅକ୍ସିଜେନ ଯୋଗାଣରେ ବାଧା ଦେଉଛି ତାକୁ କୋର୍ଟ ଫାଶୀ ଦଣ୍ଡରେ ଦଣ୍ଡିତ କରିବ । ସେମାନଙ୍କ ମଧ୍ୟରୁ କାହାରିକୁ କ୍ଷମା ଦିଆଯିବ ନାହିଁ । ଅନ୍ୟପଟେ ଯଦି ସ୍ଥାନୀୟ ପ୍ରଶାସନ ଏଭଳି କରୁଛି ତେବେ କେନ୍ଦ୍ରକୁ ଜଣାନ୍ତୁ । କେନ୍ଦ୍ର ସରକାର ସେମାନଙ୍କ ଉପରେ ପଦକ୍ଷେପ ନେବେ ।

ଅନ୍ୟପଟେ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି କି ଦିଲ୍ଲୀପାଇଁ ପ୍ରତିଦିନ ଯୋଗଣ ହେବାକୁ ଥିବା ୪୮୦ ମେଟ୍ରିକ ଟନ୍ ଅକ୍ସିଜେନ କେବେ ମିଳିବ । କହିରଖୁ କି କେନ୍ଦ୍ର ସରକାର ଦିଲ୍ଲୀ ହାଇକୋର୍ଟରେ ଏପ୍ରିଲ ୨୧ ତାରିଖ ଦିନ କହିଥିଲେ କି କେନ୍ଦ୍ର ତରଫରୁ ଦିଲ୍ଲୀକୁ ଦୈନିକ ୪୮୦ ମେଟ୍ରିକ ଟନ୍ ଅକ୍ସିଜେନ ଯୋଗାଇ ଦିଆଯିବ ।

କହିରଖୁ କି ଦିଲ୍ଲୀ ସରକାର ହାଇକୋର୍ଟକୁ କହିଥିଲେ କି ଆମର ଦୈନିକ ୪୮୦ ମେଟ୍ରିକ୍ ଟନ୍ ଅକ୍ସିଜେନ ଆବଶ୍ୟକ ଥିବା ବେଳେ କେନ୍ଦ୍ର ଆମକୁ ୩୮୦ ମେଟ୍ରିକ ଟନ୍ ଯୋଗାଉଛି । ଏହାସହ ଶୁକ୍ରବାର ଦିନ ମାତ୍ର ୩୦୦ ମେଟ୍ରିିକ ଟନ୍ ଅକ୍ସିଜେନ କେନ୍ଦ୍ର ଦେଇଥିବା କୋର୍ଟରେ ଅଭିଯୋଗ କରିଥିଲେ ଦିଲ୍ଲୀ ସରକାର । ଏହାକୁ ନେଇ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe