କନକ ବ୍ୟୁରୋ: ନିଜ ଜୀବନକୁ ନେଇ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି ଭାରତର ଆଗ ଧାଡିର ସ୍ପ୍ରିଂଟର ଦୂତୀ ଚାନ୍ଦ । ସେ ଏବେ ସମଲିଂଗୀ ସଂପର୍କରେ ଅଛନ୍ତି । ଦୂତୀଙ୍କ ସୂଚନା ଅନୁସାରେ ତାଙ୍କର ଏହି ସାଥୀ ତାଙ୍କ ନିଜ ଗାଁର । ତେବେ ତାଙ୍କର ଏହି ସାଥୀ ଜଣକ କିଏ, ସେ ନେଇ କିଛି ବି ଅଧିକ ଖୁଲାସା କରି ନଥିବା ବେଳେ କିନ୍ତୁ ସେ ବର୍ତ୍ତମାନ ସମଲିଙ୍ଗୀ ସଂପର୍କରେ ଅଛନ୍ତି ବୋଲି ସ୍ୱୀକାର କରିଛନ୍ତି । କନକ ନ୍ୟୁଜକୁ ଦୂତୀ କହିଛନ୍ତି କି, ସମସ୍ତେ ନିଜ ନିଜ ଜୀବନ ସାଥୀ ଚୟନ କରୁଛନ୍ତି । ସେମିତି ମୋ ମନ ବି ଜଣକୁ ପସନ୍ଦ କରିଛି । କିନ୍ତୁ ଏବେ ସେ ସଂପର୍କରେ ମୁଁ କିଛି ଭାବି ନାହିଁ । ଯେହେତୁ ମୋର ଆଗକୁ ବହୁତ ବଡ ବଡ କମ୍ପିଟିସନ ରହିଛି । ହେଲେ ଯଦି ଆମ ସଂପର୍କ ସବୁଦିନ ରହେ ତେବେ ସାରା ଜୀବନ ଆମେ ସାଥି ହୋଇ ଜୀବନ ଯାପନ କରୁବୁ ବୋଲି କନକ ନ୍ୟୁଜକୁ ଦେଇଥିବା ନିଜ ପ୍ରତିକ୍ରିୟାରେ କହିଛନ୍ତି ଦୂତୀ ।

Advertisment

publive-image

ସେ ଆହୁରୀ ମଧ୍ୟ କହିଛନ୍ତି କି, ସଭିଏଁ ଚାହାନ୍ତି ଖୁସିରେ ରହିବାକୁ, ଯାହା ହୃଦୟ ଯାହା ସହ ମିଶି ଯାଏ , ସିଏ ତାହା ସହ ସାରା ଜୀବନ ରହିବାକୁ ଇଚ୍ଛା କରେ । ତେବେ ବାଧ୍ୟ ନୁହେଁ କି ଗୋଟିଏ ପୁଅ ଖାଲି ଗୋଟିଏ ଝିଅକୁ ବାହା ହୋଇପାରିବ ଆଉ ଗୋଟିଏ ଝିଅ ଖାଲି ଗୋଟିଏ ପୁଅକୁ ବିବାହ କରିପାରିବ । ସେ ଯୁଗ ଗଲାଣୀ । ଏବେ କିନ୍ତୁ ସମସ୍ତେ ସ୍ୱାଧୀନ ଚାହାନ୍ତି । ନିଜି ଇଚ୍ଛାରେ ବଂଚିବାକୁ ଚାହାନ୍ତି । ଆଉ ନିଜ ପସନ୍ଦରେ ଜୀବନ ସାଥୀ ବାଛିବାକୁ ବି ଚାହାନ୍ତି । ମୁଁ ମଧ୍ୟ ଜଣକୁ ପସନ୍ଦ କରିଛି । ପରିବାର ଲୋକଙ୍କ ସ୍ୱୀକୃତି ମିଳିଲେ ନିଶ୍ଚୟ ଆମ ସଂପର୍କ ଆଗକୁ ଯିବ ବୋଲି କହିଛନ୍ତି ଅଲମ୍ପିଆନ୍ ଆଥଲେଟ୍ ଦୂତୀ ଚାନ୍ଦ ।

publive-image Source:India Today

ତେବେ ସମଲିଙ୍ଗୀ ସଂପର୍କରେ ଥିବା ନେଇ ଘୋଷଣା କରିବା ପରେ, ଏପରି କରିବାରେ ଦୂତୀ ଏବେ ଦେଶର ପ୍ରଥମ ଆଥଲେଟ୍ ହୋଇଛନ୍ତି । ଜାତୀୟ ଗଣମାଧ୍ୟମକୁ ଦୂତୀ କହିଛନ୍ତି ସେ ତାଙ୍କ ଜୀବନର ଜଣେ ସାଥୀଙ୍କୁ ପାଇଛନ୍ତି । ସମସ୍ତେ ନିଜ ନିଜ ଜୀବନ ସାଥୀ ଚୟନରେ ସ୍ୱାଧୀନତା ପାଇବା ଦରକାର ବୋଲି ସେ କହିଛନ୍ତି । ଏହାସହ ସମଲିଙ୍ଗୀ ଅଧିକାରକୁ ନେଇ ଯେଉଁମାନେ ସଂଘର୍ଷ କରୁଛନ୍ତି ସେମାନଙ୍କୁ ସେ ସମର୍ଥନ କରୁଥିବା ଜଣାଇଛନ୍ତି । ଏହା ଏକ ବ୍ୟକ୍ତିଗତ ଜୀବନର କଥା । ସେ ଏବେ ବିଶ୍ୱ ଚାମ୍ପିଅନସିପ୍ ଉପରେ ଫୋକସ୍ କରୁଛନ୍ତି ।