ମାଓକ୍ୟାମ୍ପରେ କନକ ନ୍ୟୁଜ । ପ୍ରତିକ୍ରିୟା ରଖିଲେ ଟପ ମାଓନେତା ଉଦୟ । କହିଲେ, ସେତୁ ନିର୍ମାଣ ପରେ ସ୍ୱାଭିମାନ ହରାଇଛନ୍ତି ଏଠାକାର ବାସିନ୍ଦା

Advertisment
ମାଓକ୍ୟାମ୍ପରେ କନକ ନ୍ୟୁଜ । ପ୍ରତିକ୍ରିୟା ରଖିଲେ ଟପ ମାଓନେତା ଉଦୟ । କହିଲେ, ସେତୁ ନିର୍ମାଣ ପରେ ସ୍ୱାଭିମାନ ହରାଇଛନ୍ତି ଏଠାକାର ବାସିନ୍ଦା

କନକ ବ୍ୟୁରୋ: ମାଓକ୍ୟାମ୍ପରେ କନକ ନ୍ୟୁଜ । ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ପ୍ରଥମ ଥର ପାଇଁ ଲାଲଗଡରେ ପହଁଚିଥିଲା କନକ ନ୍ୟୁଜ ଟିମ । ଆଉ କନକ ନ୍ୟୁଜ ଆଗରେ ପ୍ରତିକ୍ରିୟା ରଖିଛନ୍ତି ଟପ ମାଓ ନେତା ଉଦୟ ଓରଫ ସୁଧୀର ଓରଫ କୈଳାଶମ । ଗୁରୁପ୍ରୀୟା ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଂଚଳବାସୀ ନିଜ ସ୍ୱାଭିମାନ ହରାଇ ଥିବା ଅଭିଯୋଗ କରିବା ସହ ରାଜୁ ହନ୍ତାଳଙ୍କ ମୃତ୍ୟୁକୁ କେନ୍ଦ୍ର କରି ସ୍ୱାଭିମାନ ଅଂଚଳରୁ ବି.ଏସ.ଏଫ କ୍ୟାମ୍ପ ଉଚ୍ଛେଦ ଦାବି କରିଛି ମାଓ ସଙ୍ଗଠନ । ନଚେତ୍ ସ୍ୱାଭିମାନ ଅଂଚଳର ଜନତା ପଡୋଶୀ ଆନ୍ଧ୍ରରେ ମିଶିବା ଲାଗି ନିଷ୍ପତି ନେବେ ବୋଲି କହିଛନ୍ତି ଟପ ମାଓନେତା ।

publive-image

ଚିତ୍ରକୋଣ୍ଡା ସ୍ପିଲୱେ ଘାଟରୁ ବାହାରି ଥିଲା କନକ ନ୍ୟୁଜର ଟିମ୍ । ମୋଟର ଲଂଚ ଯାତ୍ରା କରି ଲାଲଗଡରେ ପହଂଚିଥିଲେ କନକ ନ୍ୟୁଜର ପ୍ରତିନିଧୀ । ବର୍ଷା ରାତିର କିଟ କିଟ ଅନ୍ଧାର ଭିତରେ ଜଣେ ମିଲିଶିଆଙ୍କ ସହଯୋଗରେ ମାଓ କ୍ୟାମ୍ପ ଅଭିମୁଖେ ଆରମ୍ଭ ହୋଇଥିଲା ଯାତ୍ରା । ମନରେ ଭୟ ସତ୍ୱେ ହାତରେ କନକ ନ୍ୟୁଜ ବୁମ୍ ଧରି ମୋବାଇଲ୍ ଲାଇଟି ସାହାଯ୍ୟରେ ଦୁଇଟି ଗାଁ ଅତିକ୍ରମ କରି ରାତି ପ୍ରାୟ ୨ଟା ସୁଦ୍ଧା ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପହଂଚିଥିଲେ କନକ ନ୍ୟୁଜ ପ୍ରତିନିଧି । ଆଉ ସେହି ସ୍ଥାନକୁ ଘେରି ରହିଥିଲେ ବନ୍ଧୁକ ଧାରୀ ମାଓବାଦୀ । ଗୋଟିଏ ଘରେ ପ୍ରାୟ ୧ ଘଂଟା ଅପେକ୍ଷା କରିବା ପରେ ପହଂଚିଥିଲେ ଟପ୍ ମାଓ ନେତା  ଉଦୟ ଓରଫ ସୁଧୀର ଓରଫ କୈଳାଶମ ।

publive-image

ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଧରି ଘର ଭିତରକୁ ପ୍ରବେଶ କରିଥିଲେ ଉଦୟ ଓ ତାଙ୍କ ଅଙ୍ଗରକ୍ଷୀ ଟିମ । ଦୀର୍ଘ ସମୟ ଧରି ବିଭିନ୍ନ ପ୍ରସଙ୍ଗରେ ଉଦୟଙ୍କ ସହ ଆଲୋଚନା ହେବା ପରେ ଏକ କନକ ନ୍ୟୁଜକୁ ଏକ ଅଡିଓ ସାକ୍ଷାତକାର ଦେଇଥିଲେ ଆନ୍ଧ୍ର ଓଡିଶା ବର୍ଡର ସ୍ପେଶାଲ ଯୋନାଲ କମିଟି ଅନ୍ତର୍ଗତ ଏ.କେ.ଭି ଡିଭିଜନର ସମ୍ପାଦକ ତଥା ସି.ଆର.ସି.ସି ସଦସ୍ୟ ଉଦୟ  । ସ୍ୱାଭିମାନ ଅଂଚଳରୁ ବି.ଏସ.ଏଫ କ୍ୟାମ୍ପ ଉଚ୍ଛେଦ ଦାବି କରିବା ସହ ପୁଲିସ କୁଚକ୍ରାନ୍ତ କରି ମାଓ ସଙ୍ଗଠନକୁ ବଦନାମ କରୁଥିବା ଅଭିଯୋଗ କରିଛନ୍ତି ଉଦୟ ।

publive-image

ସେହିପରି ଓଡିଶା-ଆନ୍ଧ୍ର ସୀମାରେ ଥିବା ଖଣି ଖଦାନକୁ ଲୁଟ କରିବା ଲାଗି ଗୁରୁପ୍ରୀୟା ସେତୁ ନିର୍ମାଣ ହୋଇଥିବା ଅଭିଯୋଗ କରିଛନ୍ତି ଏହି ଟପ୍ ମାଓନେତା । ଗୁରୁପ୍ରୀୟା ସେତୁ ନିର୍ମାଣ ପୂର୍ବରୁ ବିଚ୍ଛିନ୍ନାଂଚଳବାସୀ ସ୍ୱାଭିମାନୀ ଥିଲେ । ଆଉ ଏବେ ସେମାନେ ସ୍ୱାଭିମାନ ହରାଇଛନ୍ତି ବୋଲି ମାଓନେତା କହିଛନ୍ତି । ସ୍ୱାସ୍ଥକେନ୍ଦ୍ରରେ ଡାକ୍ତର ନଥିବା ବେଳେ ବିଦ୍ୟାଳୟକୁ ଶିକ୍ଷକ ଆସୁନାହାନ୍ତି । ବିକାଶ ଆଗେଇ ପାରୁନଥିବାର କାରଣ ସରକାର- ପ୍ରଶାସନ ବୋଲି କନକ ନ୍ୟୁଜକୁ କହିଛନ୍ତି ମାଓନେତା ଉଦୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe