ଆଦିତ୍ୟ ଦାସ ମୃତ୍ୟୁ ମାମଲା: କନକ ନ୍ୟୁଜରେ ଆଦିତ୍ୟଙ୍କ ବନ୍ଧୁ ବିସ୍ମିତ ଓ ପୂର୍ବତନ ପ୍ରେମିକା ଚିନ୍ମୟୀଙ୍କ ମଧ୍ୟରେ କଥା କଟାକଟି; ଚିନ୍ମୟୀ କହିଲେ ସେ ଆଦିତ୍ୟଙ୍କୁ ଦେଇନଥିଲେ ଧୋକା, ତାଙ୍କ ମୁଣ୍ଡରେ ଅଠା ବୋଳିବାକୁ ଅଯଥାରେ ଟଣା ଯାଉଛି ତାଙ୍କ ନାଁ

412

କନକ ବ୍ୟୁରୋ: ନୂଆମୋଡ ନେଉଛି ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ଘଟଣା । ଏହି ଘଟଣାରେ  ଗତକାଲି ରହସ୍ୟମୟୀ ମହିଳା ଚିନ୍ମୟୀ ମହାପାତ୍ର  ସାମ୍ନାକୁ ଆସିବା ପରେ  ଆଜି କନକ ନ୍ୟୁଜରେ କଥା କଟାକଟି ହୋଇଛନ୍ତି ଆଦିତ୍ୟଙ୍କ ବନ୍ଧୁ ବିସ୍ମିତ ଓ ପୂର୍ବ ପ୍ରେମିକା ଚିନ୍ମୟୀ ।   ଚିନ୍ମୟୀ କହୁଛନ୍ତି,  ସେ ଆଦିତ୍ୟଙ୍କୁ ଧୋକା ଦେଇନଥିଲେ, ତାଙ୍କ ମୁଣ୍ଡରେ ଅଠା ବୋଳିବାକୁ ତାଙ୍କ ନାଁ ଅଯଥାରେ ଟଣା ଯାଉଛି । ଆଦିତ୍ୟ କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ  ବୋଲି ଚିନ୍ମୟୀ କହିଛନ୍ତି । ସେପଟେ ବିସ୍କିତ କହିଛନ୍ତି,୨୪ ଘଂଟା ମଧ୍ୟରେ ବାରମ୍ବାର ମତ ବଦଳାଉଛନ୍ତି ଚିନ୍ମୟୀ ।