ଦଇତାପତି ବନାମ ଗଜପତି । ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଛୁଇଁବା ପ୍ରସଙ୍ଗରେ ଖୋଲା ଚ୍ୟାଂଲେଜ ଦେଇଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ଜଗନ୍ନାଥଙ୍କୁ ସବୁ ଭକ୍ତ ଛୁଇଁବା ପାଇଁ ଆହ୍ୱାନ ଦେଇଛନ୍ତି ଜଗୁନି । ସ୍ନାନଯାତ୍ରାରେ ବ୍ୟାପକ ବିଶୃଂଖଳା ହୋଇଛି ବୋଲି ଗଜପତି ଦିବ୍ୟସିଂହ ଦେବ ସାମ୍ବାଦିକ ସମ୍ମିଳନୀ କରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଜଗୁନି । ଏକ ପାଦ ଆଗକୁ ଯାଇ କହିଛନ୍ତି, ଗଜପତିଙ୍କ ପ୍ରତି ଲୋକଙ୍କ ସମ୍ମାନ ନାହିଁ । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ଏହି ପ୍ରସଙ୍ଗ ଉପରେ ଅଧିକା ଜାଣିବା ପାଇଁ ଦେଖିବା ‘ୱାନ୍ ଟୁ ୱାନ୍ ‘ର ଏହି ଏପିସୋଡ ।