ଭୁବନେଶ୍ୱରରେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ଅବସରରେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି ରାଜ୍ୟବାସୀ ପଟ୍ଟ ପରିବର୍ତନ ପାଇଁ ମନ ବଳାଇ ସାରିଲେଣି । ପ୍ରଜାତନ୍ତ୍ରରେ କେହି ସବୁଦିନ ପାଇଁ କ୍ଷମତାରେ ରହିବାକୁ ପଟ୍ଟା କରିନଥାଏ । ତେଣୁ ଅପାରଗ ବିଜେଡି ସରକାରର ବିକଳ୍ପ ଭାବେ ଉଭା ହୋଇଛି ବିଜେପି । ୧୭ ବର୍ଷ ଶାସନରେ ଓଡିଶାବାସୀଙ୍କୁ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି ନବୀନ ସରକାର । ଓଡିଶାରେ କ୍ଷମତା ଦଖଲ କରି ପୂର୍ବାଂଚଳରେ ବିକାଶର ବିଗୁଲ ବଜାଇବ ବିଜେପି ।
ଅପାରଗ ବିଜେଡି ସରକାରର ବିକଳ୍ପ ଭାବେ ଉଭା ହୋଇଛି ବିଜେପି : ଧର୍ମେନ୍ଦ୍ର ପ୍ରଧାନ
/kanak/media/post_attachments/wp-content/uploads/2017/04/vlcsnap-2017-04-15-21h12m13s178.png)