ଡେରା ସଚ୍ଚା ସୈାଦା ମୁଖ୍ୟ ବାବା ରାମରହିମ ଦୋଷୀ ସାବ୍ୟସ୍ତ ହେବା ପରେ ପୁଣି ବାବାଙ୍କୁ ନେଇ ନିଆଁ ଜଳିଛି । ଦିନ ଥିଲା ଲୋକେ ନିଜର ଦୈନିକ ଜୀବନର କର୍ମକ୍ଲାନ୍ତ ଜୀବନକୁ ଟିକେ ଶାନ୍ତମୟ କରିବା ପାଇଁ ଗୁରୁ ଶରଣ ଲୋଡୁଥିଲେ । ଗୁରୁଙ୍କ ଉପଦେଶ ଓ ସତସଙ୍ଗ ବାଣୀରେ ହୃଦୟକୁ ନିର୍ମଳ କରୁଥିଲେ । ହେଲେ ଏବେ ବଦଳିଯାଇଛି ସମୟ । ଏହି ଗୁରୁ ରୂପି ଆତ୍ମଘୋଷିତ ଭଗବାନମାନେ ଏବେ ବିବାଦ ଘେରରେ । ଯୌନ କେଳେଙ୍କାରୀ ସହ ଅନ୍ୟ ସବୁ ମାମଲାରେ ଏମାନେ ଜେଲର ଚାରିକାନ୍ଥରେ । ଏହି କଥିତ ଧର୍ମ ଗୁରୁମାନଙ୍କ ଉପରେ ଲାଗିଥିବା ଆରୋପ ବି ଖୁବ୍ ବଡ । କାହା ପାଇଁ ହତ୍ୟା ତ ଆଉ କାହା ପାଇଁ ଦୁଷ୍କର୍ମର ଆରୋପ ଲାଗିଛି । ବିଶ୍ୱାସ ଓ ଅବିଶ୍ୱାସର ଘେରରେ ଲୋକେ ଉତ୍ତ୍ୟକ୍ତ ।
ସେହିପରି ଓଡିଶାରେ ମଧ୍ୟ ସୁର ଏବଂ ସାରଥୀ ବାବାଙ୍କ କଳା କାରନାମା ପଦାକୁ ଆସିବା ପରେ ସମସ୍ତ ବାବାଙ୍କ ଉପରେ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସାଧୁତାର ପରିଚୟ ଦେଇ ଅସାଧୁ କାର୍ଯ୍ୟକଳାପରେ ଲିପ୍ତ ରହୁଛନ୍ତି ଏହି ଆତ୍ମଘୋଷିତ ବାବା ମାନେ । ତେବେ କଣ ସମସ୍ତ ବାବାଙ୍କ ଆଚରଣ ଓ ଉଚ୍ଚାରଣ ଭିନ୍ନ ? କଣ ସବୁ ବାବାଙ୍କ ଉପରେ ସନ୍ଦେହ କରିବା ଉଚିତ୍ । ଏନେଇ କଣ କୁହନ୍ତି ଆଧ୍ୟାତ୍ମିକ ଗୁରୁ ବାବା ବଳିଆ, ଦେଖନ୍ତୁ ୱାନ୍ ଟୁ ୱାନର ଏହି ଏପିସୋଡରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/Capture-5.jpg)