କନକ ନ୍ୟୁଜ ହାତରେ ଲାଗିଲା ଦୁର୍ଦ୍ଦାନ୍ତ ମାଓବାଦୀ ତାଟି ଭିମା ଦେଉଥିବା ତାଲିମର ଚିତ୍ର । ଗତକାଲି ସୁକମା ଏନକାଂଉଟରରେ ତାଟି ଭିମା ପ୍ରାଣ ହରାଇଥିବ ସୂଚନା

ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ନିହତ

175

କନକ ବ୍ୟୁରୋ : ମାଲକାନଗିରି ସୀମାନ୍ତ ସୁକମାରେ ଗତକାଲି ଏନକାଂଉଟରରେ ୮ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ମାଓବାଦୀଙ୍କ ପ୍ଲାଟୁନର ନଂ-୧ର କମାଣ୍ଡର ତାଟି ଭିମା । ତାଙ୍କ ନାଁରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ ସରକାର । କନକ ନ୍ୟୁଜ ହାତରେ ଲାଗିଛି ତାଟି ଭୀମା ଜଙ୍ଗଲରେ ତାଲିମ ଦେଉଥିବାର ଚିତ୍ର । ଦେଖନ୍ତୁ ତାଟି ଭିମା ଘଂଚ ଜଙ୍ଗଲରେ ମାଓବାଦୀଙ୍କୁ କିପରି ତାଲିମ ଦେଉଛି । ଗତ କିଛିଦିନ ହେଲାଣି କ୍ରମାଗତ ଭାବରେ ମାଓବାଦୀ-ପୋଲିସଙ୍କ ମଧ୍ୟରେ ଲଗାତାର ଭାବରେ ଗୁଳିବିନିମୟ ହେଉଛି ।

 

ତେଣୁ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଯବାନମାନେ ଅନେକ ସମୟରେ ଘଚଂ ଜଙ୍ଗଲରେ ଜୋରଦାର କମ୍ବିଂ ଅପରେସନ କରୁଛନ୍ତି । ଅନେକ ସମୟରେ ମାଓବାଦୀଙ୍କ ଆକ୍ରମଣରେ ଯବାନ ମଧ୍ୟ ଶହୀଦ ହେଉଥିବା ଜଣାପଡିଛି । ହେଲେ ନକ୍ସଲଙ୍କୁ ନିପାତ କରିବା ପାଇଁ ଆଗକୁ ମଧ୍ୟ ଏପରି ଭାବରେ କମ୍ବିଂ ଅପରେସନ ଜାରି ରହିବ ବୋଲି ସୂଚନା ମିଳିଛି ।