କନକ ବ୍ୟୁରୋ : ହନିଟ୍ରାପ ଓ ବ୍ଲାକମେଲିଂ ମାମଲାରେ ଗିରଫ ହୋଇ ପୋଲିସ ହେପାଜତରେ ଅଛି ଅର୍ଚନା ନାଗ୍ । ହେଲେ ସେ କେମିତି ହନିଟ୍ରାପରେ ବଡବଡିଆଙ୍କୁ ଫସାଉଥିଲ, ତାର ପ୍ରମାଣ କନକ ନ୍ୟୁଜ ହାତରେ ଲାଗିଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା ଅର୍ଚ୍ଚନା ବିରୋଧରେ ଥାନାରେ ଦେଇଥିବା ଏତଲାର ଏକ୍ସକ୍ଲୁସିଭ କପି କନକ ନ୍ୟୁଜ ହାତରେ ଲାଗିଛି । ଏହି କପିରେ ରହିଛି କିଭଳି ଅକ୍ଷୟ ପରିଜାଙ୍କୁ ହନିଟ୍ରାପରେ ଫଶାଇବା ପରେ ବ୍ଲାକମେଲ୍ କରି ତାଙ୍କ ଠାରୁ ୩ କୋଟି ଟଙ୍କା ଆଦାୟ ପାଇଁ ଷଡ଼ଯନ୍ତ୍ର କରିଥିଲା ଅର୍ଚ୍ଚନା ନାଗ ।

Advertisment

publive-image

କେମିତି ନାଗଫାଶରେ ପକାଉଥିଲା ଅର୍ଚ୍ଚନା ?

- ଅର୍ଚ୍ଚନା ବିରୋଧରେ ଥାନାରେ ଅକ୍ଷୟ ପରିଜା ଦେଇଥିବା ଏତଲା ଅନୁସାରେ
- ନିଜକୁ ଆଇନଜୀବୀ ଭାବେ ପରିଚୟ ଦେଇଥିଲା ଅର୍ଚ୍ଚନା ନାଗ୍
- ଜଣେ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା ଦାବି କରିଥିଲା
- ସେହି ଯୁବତୀ ତାର ମହକିଲ ବୋଲି ଦାବି କରିଥିଲା ଅର୍ଚ୍ଚନା
- ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ଧମକାଇଥିଲା
- ନହେଲେ ସମ୍ମାନହାନି କରିବାର ଓ କ୍ୟାରିୟର ନଷ୍ଟ କରିଦେବାର ଧମକ ଦେଇଥିଲା
- ସମ୍ମାନହାନି ଭୟରେ ବୁଝାମଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା
- ଏଥିପାଇଁ ଭୁବନେଶ୍ୱରର ସ୍ୟାଣ୍ଡି ଟାୱାରରେ ଅର୍ଚ୍ଚନା ସହ ଭେଟ ହେଲା
- ମାମଲା ରଫାଦଫା କରିବା ପାଇଁ ୩ କୋଟି ଟଙ୍କା ଦାବି କରିଥିଲା ଅର୍ଚ୍ଚନା
- ଟଙ୍କା ନଦେଲେ ଖଣ୍ଡ ଖଣ୍ଡ କରି କାଟିଦେବା ସହ ଭୁବନେଶ୍ୱର ବାହାରକୁ ଯାଇପାରିବେନାହିଁ ବୋଲି ଧମକାଇଥିଲା ଅର୍ଚ୍ଚନା
- ଅର୍ଚ୍ଚନାର କଥାରେ ସନ୍ଦେହ ହେବାରୁ ସେ ନିଜ ଆଡୁ ତଦନ୍ତ କରିଥିଲେ
- ତାଙ୍କୁ ହନିଟ୍ରାପରେ ଫସାଇବା ପାଇଁ ଅର୍ଚ୍ଚନା ସେହି ଯୁବତୀଙ୍କୁ ବ୍ୟବହାର କରୁଥିଲା ବୋଲି ଜାଣିବାକୁ ପାଇଲେ
- ପୂର୍ବରୁ ମଧ୍ୟ ବ୍ଲାକମେଲ୍ କରିବା ଉଦ୍ଦେଶ୍ୟରେ ଅର୍ଚ୍ଚନା ଓ ଯୁବତୀ ମିଶି ଅନେକ ଷଡଯନ୍ତ୍ର କରିଛନ୍ତି