ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୋମାଞ୍ଚକର ମୋଡ : ଟ୍ରମ୍ପ ଓ ବାଇଡେନଙ୍କ ମଧ୍ୟରେ କଡା ମୁକାବିଲା; ଆଗରେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ୍

450

କନକ ବ୍ୟୁରୋ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରୋମାଞ୍ଚକର ମୋଡ । ଆଉ ଏହାରି ଭିତରେ କିଏ ଜିତିବ , ଡୋନାଲ୍ଡ ଟ୍ରମ୍ପ ନା ଜୋ ବାଇଡେନ୍ , ତା ଉପରେ ରହିଛି ସାରା ବିଶ୍ୱର ନଜର । ଆମେରିକା ଇତିହାସରେ ପ୍ରଥମ ଥର ପାଇଁ ଦୁଇ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଏତେ କଡା ମୁକାବିଲା , ଆଉ ନିର୍ବାଚନ ପ୍ରକ୍ରିୟାରେ ଏତେ ତାତି ଦେଖିବାକୁ ମିଳିଛି । ଶେଷ ଖବର ଅନୁସାରେ ଡେମୋକ୍ରାଟ ଦଳର ପ୍ରାର୍ଥୀ ଜୋ ବାଇଡେନଙ୍କୁ ୨୬୪ ଇଲେକ୍ଟୋରାଲ୍ କଲେଜ ଭୋଟ୍ ମିଳିଛି ।

ଡୋନାଲ୍ଡ ଟ୍ରମ୍ପ ୨୧୪ ଇଲେକ୍ଟୋରାଲ୍ ଭୋଟ୍ ପାଇଛନ୍ତି । ଏହା ମଧ୍ୟରେ ପ୍ରାୟ ୧୦ କୋଟି ଭୋଟ୍ ପୋଷ୍ଟାଲ ବାଲଟ ଓ ଇ ବାଲଟରେ ଆସିଥିବାରୁ ଏହାର ଗଣତି ପ୍ରକ୍ରିୟାରେ ବିଳମ୍ୱ ହୋଇଛି । ଏସବୁ ଭିତରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ବିଜୟୀ ହେବା ଆଗୁଆ ଘୋଷଣା କରିଛନ୍ତି । ସପଟେ ଚଳିତ ନିର୍ବାଚନରେ ତାଙ୍କ ଦଳ ହିଁ ବିଜୟୀ ହେବ ବୋଲି କହିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ ।