ପୁରୀରେ ହାଜତ ମୃତ୍ୟୁ ନେଇ ଉତ୍ତେଜନା : ବିକ୍ଷୋଭକାରୀଙ୍କ ସହ ପୁଲିସ ଧସ୍ତାଧସ୍ତି; ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

138

କନକ ବ୍ୟୁରୋ : ପୁରୀରେ ହାଜତ ମୃତ୍ୟକୁ ନେଇ ଉତ୍ତେଜନା । ଗତକାଲି ପୋଲିସ ମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହେବା ଅଭିଯୋଗ ହେବା ପରେ ପୁରୀରେ ଉତେଜନା ଦେଖାଦେଇଛି । ପରିବାର ଲୋକଙ୍କୁ ମୃତଦେହ ପାଖକୁ ଛଡାଯାଉନି । ଘଟଣା ପ୍ରତିବାଦରେ ମେଡିକାଲ ଛକରେ ବିକ୍ଷୋଭକରିଛନ୍ତି ପରିବାର ସମ୍ପର୍କୀୟଙ୍କ ସହ ସ୍ଥାନୀୟ ଲୋକ । ବିକ୍ଷୋଭପ୍ରଦର୍ଶନ ବେଳେ ସେଠାରେ ଧସ୍ତାଧସ୍ତି ହୋଇଛି ।

ବିକ୍ଷୋଭକାରୀଙ୍କୁ ହଟାଇବା ପାଇଁ ପୁଲିସକୁ ସାମାନ୍ୟ ବଳପ୍ରୟୋଗ କରିଛି । ବାସେଳିସାହି ଥାନା ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏହି ବିକ୍ଷୋଭ ହୋଇଛି । ବିକ୍ଷୋଭ ବିଜେପି ଓ କଂଗ୍ରେସ କର୍ମୀ ବି ସାମିଲ ହୋଇଛନ୍ତି । ଗତକାଲି ପୁରୀର ବାସେଳିସାହି ଥାନାରେ ହାଜତରେ ପୁଲିସ ମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଇଥିଲା ।