କଂଗ୍ରେସ ଭବନରେ ଉତେଜନା। ଧସେଇ ପଶିଲେ ଚିରଞ୍ଜୀବ, ମୋକିମଙ୍କ ସମର୍ଥକ

193

କନକ ବ୍ୟୁରୋ: କଂଗ୍ରେସ ଭବନରେ ବିଶୃଙ୍ଖଳା । ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ଘରେ ବସିଲା ଶୃଙ୍ଖଳ କମିଟି ବୈଠକ । ଏହି ବୈଠକରେ ଅନ୍ୟାନ୍ୟ ନେତା ମଧ୍ୟ ଯୋଗ ଦେଇଛନ୍ତି । ଦଳରୁ ନିଲମ୍ବିତ ହୋଇଥିବା ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବଙ୍କ ସମର୍ଥକ ଆଜି କଂଗ୍ରେସ ଭବନ ଭିତରେ ଧସେଇ ପଶି ହୋ ହାଲା କରିଛନ୍ତି । ଏହି ସମୟରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବିରୋଧରେ ନିଲମ୍ବିତ ନେତାଙ୍କ ସମର୍ଥକ ନାରାବାଜି କରିଛନ୍ତି । ଏମିତିକି ଆଗାମୀ ଦିନରେ ଅଣ୍ଡାମାଡ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଗତକାଲି ଏହି ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଥିଲେ ଶୃଙ୍ଖଳା କମିଟି ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମୋକିମ ଏବଂ ଚିରଞ୍ଜୀବଙ୍କୁ ନିଲମ୍ବନ ପରେ ତାଙ୍କ ସମର୍ଥକ ବିଭିନ୍ନ ଫୋରମରେ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରୁଛନ୍ତି ।