ବିଧାନସଭା ଆଗରେ ଉତ୍ତେଜନା : ମା ବେକରେ ଛୁରୀ ଲଗାଇଲା ପୁଅ, ବହୁ ସମୟ ଧରି ରାଜରାସ୍ତାରେ ହାଇଡ୍ରାମା; ନାକେଦମ ପରେ କାବୁକଲା ପୁଲିସ

1,546

କନକ ବ୍ୟୁରୋ : ବିଧାନସଭା ସମ୍ମୁଖ ରାସ୍ତାରେ ହାଇ ଡ୍ରାମା । ମାଆ ବେକରେ ଛୁରୀ ଲଗାଇଲା ପୁଅ । ବେଶ୍ କିଛି ସମୟ ପାଇଁ ରାସ୍ତା ଉପରେ ଏପରି ଡ୍ରାମା ଦେଖିବାକୁ ମିଳିଥିଲା । ପୋଲିସ ଆସି ପହଁଚିବା ପରେ ମାଆ ବେକରେ ଛୁରୀ ଲଗାଇଥିବା ଯୁବକକୁ କାବୁ କରିନେଇଥିଲା । ତେବେ ଏଥିପାଇଁ ବି ପୋଲିସକୁ ହେବାକୁ ପଡିଥିଲା ନାକେଦମ୍ । ଛୁରୀ ଲଗାଇଥିବା ଯୁବକ ଜଣ ହେଉଛନ୍ତି ନୟାଗଡର ଜିତେନ୍ଦ୍ର ପାଳ । ରାସ୍ତା ଉପରେ ଜିତେନ୍ଦ୍ର ତାଙ୍କ ବେକରେ ଛୁରୀ ଲଗାଇ ମାରି ଦେବାକୁ ଉଦ୍ୟମ କରୁଥିବା ଭିତରେ ରାସ୍ତା ଉପରେ ଦେଖିବାକୁ ମିଳିଥିଲା ଟ୍ରାଫିକ୍ ଜାମ୍ ।

ମାଆଙ୍କ ବେକରେ ଛୁରୀ ଲଗାଇବା ସହ ଜୋରରେ ଚିତ୍କାର କରୁଥିଲେ । ସେପଟେ ଘଟଣା ନେଇ ମାଆ ଝରଣା କହିଛନ୍ତି ଡାକ୍ତରଖାନାକୁ ଆସିବାକୁ କହି ପୁଅ ତାଙ୍କୁ ଡାକି ଆଣିଥିଲା ।  ରାସ୍ତାରେ ଏପରି ଛୁରୀ ଲଗାଇ ହତ୍ୟା ଉଦ୍ୟମ କରିଛି । କମିଶନରେଟ୍ ପୋଲିସ ଯୁବକଙ୍କୁ କାବୁ କରିବା ସହ ତାଙ୍କ ମାଆଙ୍କୁ ଉଦ୍ଧାର କରି ଥାନାକୁ ନେଇଛନ୍ତି । ବର୍ତମାନ ବିଧାନସଭା ଚାଲୁରହିଥିବା ସମୟରେ ଏପରି ଘଟଣା ବିଧାନସଭା ଅଂଚଳର  ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବିଧାନସଭା ନିକଟରେ ହାଇ ଡ୍ରାମାପରେ କମିଶନରେଟ୍ ପୋଲିସ ଯୁବକଙ୍କୁ କାବୁ କରିବା ସହ ତାଙ୍କ ମାଆଙ୍କୁ ଉଦ୍ଧାର କରିଛି । କାଗଜ ଦେଖାଇବା ବାହାନାରେ ମାଆ ବେକରେ ଛୁରୀ ଲଗାଇଥିବା ଯୁବକକୁ ଚତୁରତାର ସହିତ କାବୁ କରିଥିଲା ପୋଲିସ । ଏବେ ତାକୁ ଅଟକ ରଖି ପଚରାଉଚରା କରୁଛି । ଏପରି କାଣ୍ଡ ଘଟାଇଥିବା ଯୁବକର ମାନସିକ ଚିକିତ୍ସାର ଆବଶ୍ୟକତା ଥିବା କହିଛନ୍ତି ଡିସିପି । ବିଧାନସଭା ଅଂଚଳର ସୁରକ୍ଷାରେ କୌଣସି ଅବହେଳା ହୋଇନଥିବା ସ୍ପଷ୍ଟ କରିଛନ୍ତି ଡିସିପି ।